Skip to content

ଉତ୍ସବ ମୁଖର ନୂଆଗାଁ ପଞ୍ଚୁପାଣ୍ଡଵ ମହୋତ୍ସବ

ନୂଆଗାଁ ବ୍ଲକ ପାରମ୍ପରିକ କଳା ସଂକୃତି ପର୍ବ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲିଶ୍ରୀ ମେଳା ନୂଆଗାଁ ମହୋତ୍ସବ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ମହୋତ୍ସବ କମିଟି ସଭାପତି ମାନ୍ୟବର ଦଶପଲ୍ଲା ରମେଶ ଚନ୍ଦ୍ର ବେହେରାଙ୍କ ନେତୃତତେ ଅନୁଷ୍ଠିତ ହୋଇ ଯାଇଛି । ଆଜିର ପ୍ରଥମ ଦିବସରେ ପ୍ରାରମ୍ଭରେ ମସାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନୂଆଗାଁ ପଞ୍ଚୁପାଣ୍ଡବ ମନ୍ଦିର ସମୁଖରୁ ପୂଜାର୍ଚ୍ଚନା କରାଯାଇ ମସାଲ ଯାତ୍ରା ଆରମ୍ଭ ହୋଇଥିଲା । ଏହି ମସାଲ ଯାତ୍ରାରେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏକତ୍ରିତ ଭାବରେ ନୂଆଗାଁ ବିରୁପାଖେଶ୍ଵର ମନ୍ଦିର ନୂଆଗାଁ ଯାଇଥିଲେ ।

ସେଠାରୁ ମୃଦଙ୍ଗ, ଢୋଲ, ଘୋଡା ନାଚ, ହାତୀ ନାଚ ଓ ସଂକୀର୍ତନ ମଣ୍ଡଳୀ ଏକତ୍ରିତ ଭାବରେ ପୂଜା ଅର୍ଚନା କରି ବିଶାଳ ଶୋଭାଯାତ୍ରା ହୋଇଥିଲା । ବହୁ ସଂଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ ଯୋଗଦେଇ ଥିଲେ । ସମସ୍ତ ଗ୍ରାମ ଭ୍ରମଣ କଲାପରେ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ମହୋତ୍ସବ ପତକା ଉତ୍ତୋଳନ କରାଯାଇଥିଲା । ତତ ପରେ ମସାଲ ସ୍ଥାପନ କରି ପ୍ରଥମ ଦିବସ ଆରମ୍ଭ ହୋଇଥିଲା । ତତ ପରେ ଅପରାହ୍ନରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ଵାରା ସଂକୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ପ୍ରଧାନଙ୍କ ତତ୍ବାବଧାନ ସଂକୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅତି ଚମତ୍କାର ନୃତ୍ୟ ପରିବେଷଣ ହୋଇଥିଲା ।

ସ୍ଥାନୀୟ ଦର୍ଶକ ନୃତ୍ୟରେ ଝୁମି ଥିଲେ ଦର୍ଶକ । ପ୍ରଥମ ଦିନର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ନୟାଗଡ଼ ଡ଼. ଅରୁଣ କୁମାର ସାହୁ, ମହୋତ୍ସବ କମିଟିର ସଭାପତି ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ବେହେରା , ନୂଆଗାଁ ବ୍ଲକ ବିଡ଼ିଓ ବାସୁଦେବ ନାୟକ, ୧୬ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନଦାସ, ଗଣିଆ ଜିଲ୍ଲା ପରିଷଦ ୧୧ଜୋନ ବସନ୍ତ କୁମାର ପ୍ରଧାନ, ସମ୍ପାଦକ ମହୋତ୍ସବ କମିଟି ଦିଲୀପ ଦଳବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ ।

ପ୍ରଦୀପ ପ୍ରଜ୍ୱଳନ କରି ସଂନ୍ଧ୍ୟା ସଭାକୁ ଆରମ୍ଭ କରାଯାଇଥିଲା । ସନ୍ନମାନିତ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ସଭା ଆୟୋଜିତ ହୋଇଥିଲା । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ ଟୁଡ଼େ ।

Ad 1