ଉଦ୍ୟମ ସଫଳ,ଠାକୁର ଅଳଙ୍କାର ଉପରେ ହେବ ସୁନା ଛାଉଣୀ

ନୟାଗଡ଼ପୁରୁଣା ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଚତୃଧା ମୂର୍ତ୍ତି ଙ୍କ ସୁନା ବେଶ ଲାଗି ଉଦ୍ୟମ ସଫଳ ହୋଇଛି, ଦୀର୍ଘଚାରି ବର୍ଷ ଧରି ଠାକୁର ସୁନାବଶ ହୋଇ ପାରୁ ନଥିଲେ, ଅଳଙ୍କାର ଉପରୁ ସୁନା ଲେପ ଛାଡିଯିବାରୁ ଉକ୍ତ ଅଳଙ୍କାର ଠାକୁର ଲାଗି ହେଉ ନଥିଲେ, ବାରମ୍ବାର ଦାବି ସତ୍ୱେ ଖର୍ଚ୍ଚ ଅଟକଳ ସାତ ଲକ୍ଷ ଟଙ୍କା ଦେବୋତର ବିଭାଗ ଦେବାକୁ ଅକ୍ଷମ ଥିବାରୁ ଶ୍ରଦ୍ଧାଳୁ ଙ୍କ ମନ ରେ ଘୋର ଆଘାତ ଲାଗି ରହିଥିଲା, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଉଦ୍ୟମ କ୍ରମେ ସାତ ଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା,

ନୟାଗଡ଼ ର ମାନ୍ୟବର ବିଧାୟକ ଙ୍କୁ ଯୋଗାଯୋଗ ପରେ ଶୁକ୍ରବାର ଅପରାହ୍ନ ରେ ଡ଼ ଅରୁଣ କୁମାର ସାହୁ ଚାରି ଲକ୍ଷ ଟଙ୍କା ଦେବୋତର ମ୍ୟାନେଜର ଙ୍କୁ ପ୍ରଦାନ କରିବା ପରେପ୍ରମୋଦ ପଟ୍ଟନାୟକ ଏକ ଲକ୍ଷ ଟଙ୍କା, ଏବଂ ଦେବୋତର ବିଭାଗ ଅବଶିଷ୍ଟ ଦୁଇ ଲକ୍ଷ ଟଙ୍କା ଦେବେ ବୋଲି ଉପ ଜିଲ୍ଲା ପାଳ ଙ୍କ ପ୍ର୍ରକୋଷ୍ଟ ରେ ନିଷ୍ପତି ହେବା ପରେ ଉପ ଜିଲାପାଳଙ୍କ ଉପସ୍ଥିତ ରେ ସମସ୍ତ ଅଳଙ୍କାର ଟ୍ରେଜେରି କୁ ଅଣା ଯାଇଥିଲା, ଉକ୍ତ ଅଳଙ୍କାର ଉପରେ ସୁନା ଛାଉଣୀ ପାଇଁ କଟକ କାରିଗର ଙ୍କ ପାଖ କୁ ନିଆ ଯିବ ବୋଲି ଜଣାପଡିଛି,

ଆଲୋଚନା ରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ଲୋକ ନାଥ ମିଶ୍ର, ରଜତ ପଟ୍ଟନାୟକ, କାଉନ ସିଲର ଲକ୍ଷ୍ମୀ ଧର ମହାପାତ୍ର, ଦେବୋତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ସୁପରଭାଇଜର ସୁବାଷ ଚନ୍ଦ୍ର ବରାଡ଼, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ,

You might also like