Skip to content

ଏକ ଦଶ ତମ କୃଷି ଗଣନା ପାଇଁ ଜିଲସ୍ତରୀୟ ସମନ୍ୱୟକମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ପାଳଙ୍କ ମିନି କନଫରେନ୍ସ ହଲ ରେ ଏକାଦଶ ତମ କୃଷି ଗଣନା ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧକ୍ଷତା ରେ ଅପରାହ୍ନ 4ଟା 30ମିନିଟ ରେ ଅନୁଷ୍ଠିତ ହୋଇଛି, ଏକାଦଶ ତମ କୃଷି ଗଣନା ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ପାଇଁ 115ଗୋଟି ନମୁନା ଗ୍ରାମର ତାଲିକା ପ୍ରସ୍ତୁତ କରାଯାଇଛି, ନମୁନା ଗ୍ରାମର ସମସ୍ତ ଚାଷ ଜମିରତଥ୍ୟ ଯଥା -ନାମ ମାତ୍ର ଚାଷୀ, କ୍ଷୁଦ୍ରଚାଷୀ, ଅର୍ଦ୍ଧ ମଧ୍ୟମ ଚାଷୀ,, ମଧ୍ୟମଚାଷୀ, ଓ ବଡ଼ ଚାଷୀ ବ୍ୟବହାର କରୁଥିଵା ବିଭିର୍ନ କୃଷି ଉପାଦାନ ସମ୍ବନ୍ଧୀୟ ତଥ୍ୟ ଯଥା, ରାସାୟନିକ ସାର, ଅଧିକ ଉତ୍ପାଦନ କ୍ଷମ ବିହନ, କୀଟନାସକ ଔଷଧ, ଗୋବର, କମ୍ପୋଷ୍ଟ ଖତ, ଜୈବିକ ସାର, କୃଷି ସମ୍ବନ୍ଧୀୟ ଯନ୍ତ୍ରପାତି, ଓ ଉପକରଣ, କୃଷି ଋଣ ମୂର୍ତ୍ତିକା ସ୍ଵାସ୍ତ୍ୟ, ପରୀକ୍ଷା ରିପୋଟ, କୃଷି ସମ୍ବନ୍ଧୀୟ ନେଇ ଥିଵା ତାଲିମ ଇତ୍ୟାଦି, ତଥ୍ୟ ଗଣନା କାରି, ସର୍ଭେ ରେ ଦର୍ଶାଇବେ, ଗଣନା କାର୍ଯ୍ୟ ରେ ତିନୋଟି ବିଭାଗ ର ଯଥା -ରାଜସ୍ୱ ଓ ବିପଯ୍ୟସ୍ତ ପରିଚାଳନା ବିଭାଗ କୃଷି ଓ ସଶକ୍ତି କରଣ, ବିଭାଗ, ଯୋଜନା ଓ ସଂଯୋଜନା ବିଭାଗ ର ଗଣନା କାରୀଙ୍କ ଦ୍ୱାରା କରାଯିବ ବୋଲି ଉପ ନିର୍ଦେଶକ ଯୋଜନା ପ୍ରକାଶ କରିଥିଲେ, ଏହି ବୈଠକ ରେ ଅତିରିକ୍ତ ଜିଲାପାଳ, ଶ୍ରୀ ଦିଲୀପ କୁମାର ବଳ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଙ୍କ ସହ ଅନ୍ୟ ସମ୍ପୃକ୍ତ ବିଭାଗୀୟ ଅଧକାରୀ ମାନେ ଯୋଗ ଦେଇ ଥିଲେ

Ad 1