ନୟାଗଡ଼ ଖେଳ ପଡିଆ ରେ 4ଟି ନାମକରା ଫୁଟୁ ବଲ ଟିମ କୁ ନେଇ ବହୁ ଉତ୍କଣ୍ଠା ର ଦିନିକିଆ ଫୁଟୁବଲ ଟୁର୍ନାମେଣ୍ଟ ମେଣ୍ଟ ଆରମ୍ଭ ହୋଇଛି, ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଉଦ୍ୟମ ରେ ଅତ୍ୟାଧୁନିକ ଭାବେ ସାଜସଜା ହୋଇଥିବା ଏହି ଖେଳ ପଡିଆ ରେ ପ୍ରଥମ କରି ଫ୍ଲଡ଼ ଲାଇଟ ମାଧ୍ୟମ ରେ ଖେଳ ପ୍ରଦର୍ଶିତ ହେବାକୁ ନେଇ ଖେଳାଳି ଓ ଦର୍ଶକ ମାନଙ୍କ ମଧ୍ୟ ରେ ଉତ୍ସାହ ପରିଲିକ୍ଷିତ ହୋଇଛି,

ସିନ୍ଦୁରିଆ 786ୟୁଥ କ୍ଳବ, ନୟାଗଡ଼ ଜିଲ୍ଲା ଆଥଲେଟିକ ଆସୋସିଏସନ, ଓ ମର୍ଣ୍ଣିଙ୍ଗ କ୍ଳବ ର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ହୋଇଥିବା ବେଳେ ଏଥିରେ ମଙ୍ଗଳା କ୍ଳବ କଟକ, ଜଗା ୟୁନାଇଟେଡ଼ ଭୁବନେଶ୍ୱର, ନୟାଗଡ଼ ଇଲେଭେନ, ଓ ଉତ୍କଳ ସ୍ପୋଟିଙ୍ଗ ଜଟଣୀ, ଏହି ଖେଳ ରେ ଭାଗ ନେଇ ଛନ୍ତି, ପ୍ରଥମରୁ ନୟାଗଡ଼ ଇଲେଭେନ, ଓ ଉତ୍କଳ ସ୍ପୋର୍ଟିଂ ଜଟଣୀ ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା, ମ୍ୟାଚ ଜିତି ଉତ୍କଳ ସ୍ପୋଟିଙ୍ଗ ଜଟଣୀ ଫାଇନାଲ କୁ ଉର୍ଣ୍ଣିତ ହୋଇଥିଲା, ପରେ ମଙ୍ଗଳା କ୍ଳବ କଟକ ବନାମ ଜଗା ୟୁ ନାଇଟେଡ଼ ଫୁଟୁବଲ କ୍ଳବ ମଧ୍ୟ ରେ ଖେଳ ହୋଇଥିଲା,

ଏଥିରେ ଫାଇନାଲ କୁ ମଙ୍ଗଳା କ୍ଲବ କଟକ ଉର୍ଣ୍ଣିତ ହୋଇଥିଲା, ମଣିଙ୍ଗ କ୍ଳବ ନୟାଗଡ଼ ଓ ଇଭନିଂ କ୍ଳବ ନୟାଗଡ଼ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ ମ୍ୟାଚ ବହୁତ ଆକର୍ଷଣୀୟ ହୋଇଥିଲା, ପରେ ଉତ୍କଳ ସ୍ପୋର୍ଟିଂ ଜଟଣୀ ବନାମ ମଙ୍ଗଳା କ୍ଳବ କଟକ ମଧ୍ୟ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା,ଏଥିରେ ଉତ୍କଳ ସ୍ପଟିଙ୍ଗ ଜଟଣୀ ରନର୍ସ ଅଫ ହୋଇଥିବା ବେଳେ ମଙ୍ଗଳା କ୍ଳବ କଟକ ଚମ୍ପିୟାନ ହୋଇ ଥିଲା,

ଏହି ଅବସର ରେ ସାମ୍ବାଦିକ ସୁବାଷ ଚନ୍ଦ୍ର ମହାପାତ୍ର, ଶୁଭେନ୍ଦୁଦାସ, ପୁରୁଷୋତମ ମହାପାତ୍ର, ରାମକୃଷ୍ଣ ରଥ ଙ୍କ ସହ 786ୟୁଥ କ୍ଳବ ର ସଭାପତି ଏସକେ ଯୁସୁବ, ଏସକେ ନଇଁମ, ସୁବୋଧ ପଟ୍ଟନାୟକଅତିଥି ଭାବେ ଯୋଗ ଦେଇ ଥିବା ବେଳେ ,, ହଜରତଲ୍ଲୀ ଖାନ, ଅନୱାର ଅଲ୍ଲୀ,ଉପସ୍ଥିତ ଥିଲେ, ସମସ୍ତ ଖେଳ କୁ ରେଫରୀ ଭାବେ ରାଜୁ ମହାନ୍ତି ଓ ସାଥି ରେଫରୀ ପରିଚାଳନା କରିଥିବା ବେଳେ ଫ୍ଲଡ ଲାଇଟ ଖେଳକୁ ଦର୍ଶକ ମାନେ ଉତ୍ସାହ ର ସହ ଦେଖିଥିଲେ