Skip to content

ଏଟିଏମ ଭାଙ୍ଗି ଲୂଟ କରିବା ବେଳେ ମାଡି ବସିଲେ ଧର୍ମେନ୍ଦ୍ର ଶିଆଳ, ଜଣେ ଗିରଫ

ନୟାଗଡ଼ ଟାଉନ ଥାନା ପୋଲିସ କୁମିଳିଛି ବଡ଼ ସଫଳତା, ଦୁଇ ବ୍ୟାଙ୍କ ର ଏଟିଏମ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ନୟାଗଡ଼ ଟାଉନ ଥାନା ସବଇନ୍ସପେକ୍ଟର ଧର୍ମେନ୍ଦ୍ର ଶିଆଳ ଲୁଟେରା କୁ ମାଡି ବସିଥିଲେ, ସୂଚନା ଅନୁସାରେ ଇଟାମାଟି ଥାନା ଅନ୍ତର୍ଗତ ଇକିରି ଗ୍ରାମର ପ୍ରଫୁଲଦାସ ଙ୍କ ପୁଅ ନିତ୍ୟାନନ୍ଦ ଦାସ ଓରଫ ରାଜା ନୟାଗଡ଼ ମହାରାଷ୍ଟ୍ର ବ୍ୟାଙ୍କ ଓ ପଞ୍ଜାବ ନାସନାଲ ବ୍ୟାଙ୍କ ଏଟିଏମ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ମାଡି ବସିଥିଲା,

ମହାରାଷ୍ଟ୍ର ବ୍ୟାଙ୍କ ର ପରିଚାଳକ ପୂଜା ଶ୍ରୀ ସାହୁ ନୟାଗଡ଼ ଟାଉନ ଥାନା କୁ ଏତଲା ଦେଇ ଥିଲେ,ନୟାଗଡ଼ ଟାଉନ ଥାନା ପକ୍ଷରୁ କେଶ ନଂ 32/24ରେ ମାମଲା ରୁଜୁ କରାଯାଇ ନିତ୍ୟାନନ୍ଦ କୁ ଗିରଫ କରାଯାଇଛି,ଏଥି ସହ ନିତ୍ୟାନନ୍ଦ ଙ୍କ ଠାରୁ ଗ୍ୟାସ କଟର,ହାମର, ପେଚକସ,ପ୍ଲାସ, ଛୁରୀ ଜବତ କରାଯାଇଛି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1