ଓଡିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତି କରଣ ଵିଭାଗ ପକ୍ଷରୁ ନୟାଗଡ଼ ଜିଲାପାଳ ଙ୍କ ର କାର୍ଯ୍ୟାଳୟ ପରିସର ରେ ଏକ ଏଲିଡି ୱାଲ ର ଶୁଭ ଉଦ୍ଘାଟନ ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ଓଡିଶା ତଥା ମନ୍ତ୍ରୀ କୃଷି ଓ କୃଷକ ସଶକ୍ତି କରଣ ଵିଭାଗ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂଦେଓ ଙ୍କ କରକମଳ ରେ ଭିଡିଓକନଫରେନସିଙ୍ଗ ମାଧ୍ୟମ ରେ ଶୁଭ ଉଦ୍ଘାଟନ କରାଯାଇଥିଲା,ଏଥିରେ କୃଷି ଵିଭାଗ ର ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ, ଏବଂ ନିର୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଙ୍କ ପ୍ରତକ୍ଷ ତତ୍ତ୍ୱବଧାନ ରେ ଅନୁଷ୍ଠିତ ହୋଇଥିଲା,
ଅନ୍ୟାନ୍ୟ ଅଧିକାରୀ ଙ୍କ ମଧ୍ୟ ରେ ନୟାଗଡ଼ ଅତିରିକ୍ତ ଜିଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧାଂଶୁ କୁମାର ନନ୍ଦ, ନୟାଗଡ଼ ଜିଲ୍ଲା କୃଷି ଅଧିକାରୀ ସଞ୍ଜୟ କୁମାର ଦଳେଇ,ସହକାରୀକୃଷିନିର୍ଦ୍ଧେଶିକା ଶ୍ରୀମତୀ ସ୍ୱଗତିକା ପତି,ଗୋଷ୍ଠି କୃଷି ଅଧିକାରୀ ରାଜେଶ କୁମାର ନନ୍ଦ, ଯୋଗ ଦାନ କରିଥିଲେ, ନୟାଗଡ଼ ଜିଲ୍ଲା ର ବିଭିର୍ନ ବ୍ଳକ ରୁ ଆସିଥିବା 30ଜଣ କୃଷକ ଯୋଗ ଦାନ କରିଥିଲେ, ତନ୍ମଧ୍ୟରୁ ଭାଟ ସାହି ଗ୍ରାମପଞ୍ଚାୟତ ର ମହିଳା ଚାଷୀଶ୍ରୀମତୀ ରୁପାଲୀ ନାୟକ ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ଙ୍କ ସହିତ ନୟାଗଡ଼ ଜିଲ୍ଲା ର ବିଭିର୍ନ କୃଷି କାର୍ଯ୍ୟକ୍ରମ ବିଷୟ ରେ ଆଭାସି ମାଧ୍ୟମ ରେ ବାର୍ତାଳାପ କରିଥିଲେ, ଏଲିଡିୱାଲ ଦ୍ୱାରା କୃଷକ ମାନେ ବିଭିର୍ନ କୃଷି ସମ୍ବନ୍ଧରେ ସୂଚନା ପ୍ରାପ୍ତ କରି କିପରି ଉପକୃତ ହୋଇପାରିବେସେ ବିଷୟ ରେ କାର୍ଯ୍ୟକ୍ରମ ରେ ଆଲୋଚନା କରାଯାଇଥିଲା