ନୟାଗଡ଼ ଜିଲ୍ଲା ସଦର ମହକୁମା ର ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ଏନଏସି ସରକାରୀ ହାଇସ୍କୁଲ ଛାତ୍ର ମିଲନ ପ୍ରସାଦ ସାହୁ ଚଳିତ ମାଟ୍ରିକ ପରୀକ୍ଷା ରେ 544 ନମ୍ବର ରଖି ଏ -1ସ୍ଥାନ ଅଧିକାର କରିଛନ୍ତି, ତାଙ୍କର ଏହି କୃତିତ୍ୱ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ ଶ୍ରୀ ପଟ୍ଟନାୟକ ବିଦ୍ୟାଳୟ ରେ ପହଂଚି ସମ୍ବର୍ଦ୍ଧିତ କରିଛନ୍ତି,
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରସିଦା ଖାତୁନ, ପ୍ରଦୀପ୍ତ ଡାକୁଆ, ରୋଜାଲିନ ମିଶ୍ର, ଜୋତ୍ରୀମୟୀ ରଥ, ପ୍ରମୁଖ ଉପସ୍ଥିତ ଥିଲେ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାର ସମ୍ବର୍ଦ୍ଧିତ ହେବା ମୋ ପାଇଁ ଅତ୍ୟନ୍ତ ଗୌରବ ର ବିଷୟ ବୋଲି ଶ୍ରୀମାନ ମିଳନ ସାହୁ ପ୍ରକାଶ କରିବା ସହ ଏହା ମୋଭବିଷ୍ୟ ପାଠ ପଢ଼ାରେ ଅଧିକ ଉତ୍ସାହ ଏବଂ ପ୍ରେରଣା ଦେବ ବୋଲି କହିଥିଲେ