Skip to content

ଓଡ଼ଗାଁରେ ସ୍କାଉଟ୍ ଓ ଗାଇଡ୍ ଛାତ୍ର ଛାତ୍ରୀ ଙ୍କୁ ରାଜ୍ୟପୁରସ୍କାର ସାର୍ଟିଫିକେଟ ପ୍ରଦାନ

ଶିକ୍ଷାବର୍ଷରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ଦ୍ୱାରା ଯୋଗ୍ୟତା ହାସଲ କରିଥିବା ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ ଗାଇଡ଼,କବ୍,ବୁଲବୁଲ ଛାତ୍ରଛାତ୍ରୀମାନଙ୍କୁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଡ.ଜଳନ୍ଧର ରଥଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସ୍କାଉଟ ଓ ଗାଇଡ୍ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍କାଉଟ ପ୍ରାର୍ଥନା, ଝଣ୍ଡାଗୀତ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

ଉକ୍ତ ସଭାରେ ରାଜ୍ୟ ପୁରସ୍କାର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଯୋଜକ ,ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ୍ ଗାଇଡ୍ସ ର ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ବ୍ଲକଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକ,ସମ୍ମାନିତ ଅତିଥିଭାବେ ସ୍କାଉଟମାଷ୍ଟର ପଞ୍ଚାନନ ପଣ୍ଡା,ରଞ୍ଜନ କୁମାର ଦାଶ,ସନ୍ତୋଷ କୁମାର ସାହୁ,ଗାଇଡ଼ କ୍ୟାପଟେନ୍ ସୌଦାମିନୀ ମହାପାତ୍ର ଜ୍ୟୋତିସ୍ମିତା ଦାଶ,ଶିକ୍ଷକ ରମେଶ ଚନ୍ଦ୍ର ସାହୁ,ପରମାନନ୍ଦ ଦଳେଇ, ବର୍ଷାରାଣୀ ସ୍ୱାଇଁ,ଜ୍ୟୋତିପ୍ରକାଶ ପ୍ରଧାନ ଏବଂ ସନ୍ତୋଷ କୁମାର ମହାପାତ୍ର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

ଏହା ଏକ ସେବାମୂଳକ କାର୍ଯ୍ୟକ୍ରମ ହୋଇଥିବାରୁ ସଫେଇ,ବୃକ୍ଷ ରୋପଣ,ପାନୀୟଜଳ ଯୋଗାଣ, ରୋଗୀସେବା,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର ସହିତ ସାହାଯ୍ୟ ସହଯୋଗ ଆଦି କାର୍ଯ୍ୟକ୍ରମକୁ ଆଗେଇନେବା ସହିତ ପ୍ରତିଦିନ ଗୋଟିଏ ଲେଖାଏଁ ଭଲକାର୍ଯ୍ୟ କରି ତାହା ଲିପିବଦ୍ଧ କରିବା ପାଇଁ ସମସ୍ତଅତିଥି ନିଜର ବକ୍ତବ୍ୟ ରଖିଥିଲେ।

ଉକ୍ତ ଉତ୍ସବ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ,ବିଲମାନପୁର,ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଓଡ଼ଗାଁ ଓ ଶ୍ରୀମା ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ଓଡ଼ଗାଁର ମୋଟ ୩୪ ଜଣ କବ୍ ବୁଲ ଏବଂ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁର ୨୩ ଜଣ ଗାଇଡ୍ ଙ୍କୁ ରାଜ୍ୟ ପୁରସ୍କାର ସାର୍ଟିଫିକେଟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

Ad 1