Skip to content

ଓଡ଼ଗାଁ ବ୍ଲକରୁ ପୁରୀକୁ ଗଲା ଜଗନ୍ନାଥ ମନ୍ଦିର ପ୍ରକଳ୍ପ ପରିକ୍ରମା ଅର୍ପଣ ରଥ


ଓଡ଼ଗାଁ-ତା ୧୫-୦୧-୨୪ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ର ଗ୍ରାମକୁ ଗ୍ରାମ ବୁଲି ଅରୁଆ ଚାଉଳ ଓ ଅକ୍ଷତ ଗୁଆ ପ୍ରତି ଘରୁ ଆଣିଥିବା ରଥ ଗୁଡ଼ିକୁ ଆଜି ପୁରୀ ଶ୍ରୀଜଗନାଥ ପ୍ରକଳ୍ପ ଅର୍ପଣ ପରିକ୍ରମା କାର୍ଯ୍ୟକ୍ରମ କୁ ପଠାଯାଇଛି । ଓଡ଼ଗାଁ ମନ୍ଦିର ଠାରୁ ରଥ ଗୁଡିକ ବାହାରି ନଗର ପରିକ୍ରମା କରି ଆସି ମହୋତ୍ସବ ପଡିଆ ଠାରେ ଉପସ୍ଥିତ ହୋଇଥିଲା । ନୟାଗଡ଼ ବିଧ୍ୟାୟକ ଡ଼. ଅରୁଣ କୁମାର ସାହୂ ଙ୍କ ତତ୍ୱବାଧାନରେ ଅୟୋଜିତ ଏହି ଉତ୍ସବରେ ଓଡ଼ଗାଁ ବି ଡି ଓ ଜିତେନ୍ଦ୍ର କୁମାର ନାୟକ,ବ୍ଳକ ଅଧକ୍ଷ ଲୋକନାଥ ସାହୂ, ଯୁବନେତା ସମାଜସେବୀ ବିଭୁପ୍ରସାଦ ସାହୂ, ନିତ୍ୟାନନ୍ଦ ପ୍ରଧାନ,ପ୍ରଫୁଲ କୁମାର ଡାକୁଆ,ଜୟକୃଷ୍ଣ ପଲେଇ, ସୂର୍ଯ୍ୟକାନ୍ତ ଚୌଧୁରୀ,ଦିବାକର ନାୟକ ପ୍ରଭୁତି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ୟାଗଡ଼ ମାନ୍ୟବର ବିଧ୍ୟାୟକ ଡ଼. ଅରୁଣ କୁମାର ସାହୂ ପ୍ରଭୁ ଜଗନ୍ନାଥଙ୍କ ମହିମା ଓ ପୁରୀରେ ଅୟୋଜିତ ପରିକ୍ରମା ପ୍ରକଳ୍ପ ଧର୍ମୀୟ କାର୍ଯ୍ୟକ୍ରମ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।ରଥକୁ ସ୍ୱାଗତ କରିବା ପାଇଁ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ସଂକୀର୍ତନ ମଣ୍ଡଳୀ ନାମ ସଂକୀର୍ତନ କରିଥିବା ବେଳେ ସେଇଠାରେ ଏକ ଭଜନ ସମାରୋହର ଆୟୋଜନ କରାଯାଇଥିଲା ।

ସୁନାମଧନ୍ୟ କଣ୍ଠସ୍ଲିପି ପ୍ରଦୀପ କୁମାର ସାହୂ, ରଂଜନକୁମାର ଦାଶ, ଯଶୋବନ୍ତ ପଟ୍ଟନାୟକ,ତୃପ୍ତିର।ଣୀ ମହଲା ଓ ଶୁଭାଶିଷ ମହାନ୍ତି ଙ୍କ ପ୍ରଭୁତି ଭଜନ ଗାଇ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ମାନକୁ ମନ୍ତ୍ରମୁଗ୍ଧ କରିଥିଲେ ।ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରଯାଇଥିଲା ।

କାର୍ଯ୍ୟକ୍ରମ ଶେଷରେ ସମସ୍ତ ପରିକ୍ରମା ଅର୍ପଣ ରଥ ଗୁଡିକୁ ପୁରୀ ଅଭିମୁଖେ ପ୍ରେରଣ କରାଯାଇଥିଲା, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1