NAYAGADA TODAY-ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଆ ଅସ୍ମିତା ସମ୍ମିଳନୀ-୨୦୨୬ ଅବସରରେ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବିଶିଷ୍ଟ କବି, ଐତିହାସିକ, ଗବେଷକ ତଥା କୁଇଜ୍ ମାଷ୍ଟର ଶ୍ରୀ ଚନ୍ଦ୍ରବିଜୟୀ ମିଶ୍ର। ତାଙ୍କର ସାହିତ୍ୟ, ଐତିହାସିକ ଗବେଷଣା ଓ ଜ୍ଞାନଚର୍ଚ୍ଚା କ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମିଳନୀରେ ତାଙ୍କୁ ସମ୍ମାନିତ କରାଯାଇଛି।ଶ୍ରୀ ମିଶ୍ର ନିଜର ସୃଜନଶୀଳ ସାହିତ୍ୟ ସାଧନା, ଇତିହାସ ପ୍ରତି ଗଭୀର ଅନୁରାଗ ଏବଂ ଗବେଷଣାମୂଳକ କାର୍ଯ୍ୟ ମାଧ୍ୟମରେ ନୟାଗଡ଼ର ଗୌରବ ବୃଦ୍ଧି କରିଛନ୍ତି। ତାଙ୍କର ଏହି ସମ୍ମାନ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।