ଓଡ଼ଗାଁ ରଘୁନାଥ ସମବାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟରେ “ନୂଆଁ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରିପ୍ରେକ୍ଷୀରେ ନେଡାଲ ଅଫିସର ଅଧ୍ୟାପକ ଅରୁପାନନ୍ଦ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନା, ଓଡ଼ିଆ ବକ୍ତୁତା, ପ୍ରବନ୍ଧ ରଚନା, କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଅଧ୍ୟାପକ ଚିତ୍ତରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ଅଧ୍ୟାପିକା ଡ଼ ରାଜଶ୍ରୀ ନାୟକ, ଡ଼.ସଂଯୁକ୍ତା ଦାସ, ରୋଜାଲିନ ରଥ , ଅଧ୍ୟାପକ ବ୍ରଜେଶ କୁମାର ବଡ଼ଜେନା, ମନୋଜ କୁମାର ସାହୁ, ସରୋଜ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରନ୍ଥ ପାଳ ଅର୍ଜୁନ ସାହୁ ଓ ଜିତେନ୍ଦ୍ର କୁମାର ସାହୁ ସହ ଯୋଗ କରିଥିଲେ । ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ମହାବିଦ୍ୟାଳୟ ସୂତ୍ରରୁ ଜଣାପଡିଛି । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ