ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଆଇନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଅଧ୍ୟକ୍ଷା ଜ୍ୟୋତ୍ସ୍ନା ନାୟକ ଅତିଥି ସ୍ଵାଗତ ଏବଂ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ପୋସ୍କୋ ନିୟମ , ସାଇବର ସୁରକ୍ଷା , ପୀଡ଼ିତ କ୍ଷତି ପୂରଣ ତଥା ଭିଡିଓ କନଫରେନ୍ସ ଅଧିନିୟମ ଇତ୍ୟାଦି ଉପରେ ବକ୍ତବ୍ୟ ରଖିଥିଲେ ।
ପାୱାର ପଏଣ୍ଟ ମାଧ୍ୟମରେ ସଚିବ ଉପସ୍ଥାପନ କରୁଥିବା ବେଳେ ଛାତ୍ରଛତ୍ରୀମାନଙ୍କ ବିପୁଳ ସହଭାଗିତା ଦେଖିବାକୁ ମିଳିଥିଲା । ସଦସ୍ୟ ମହମ୍ମଦ ଓମର ମାଲ୍ଲିକ ଭାରତୀୟ ସଂସ୍କୃତିର ମହାନତା ଓ ଜାତୀୟତା ଏବଂ ଉତ୍ତମ ସାମାଜିକ ପରିବେଶ ଉପରେ ତଥ୍ୟ ରଖିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଯତ୍ନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗର ସୁଉପଯୋଗ ପାଇଁ ସଚିବ ପରାମର୍ଶ