ଓଡିଶା ର ବିରଳ ଦୃଶ୍ୟ ଆମ ଗାଁ ମସାଣି ଯାତ୍ରା
ଇଟାମାଟି ରାଜାବୁଡ଼ା ପୁଷ୍କରଣୀ ନିକଟସ୍ଥ ଆମ୍ଭ ପୂର୍ବ ପୁରୁଷ ଙ୍କ ସ୍ମୃତି ପୀଠ ଶ୍ମଶାନ ଭୂମି ଠାରେ ମା ମଶାଣି ଚଣ୍ଡୀ ଙ୍କ ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି |
ପ୍ରତି ବର୍ଷ ମା ଙ୍କ ହୋମ କାର୍ଯ୍ୟ ଆର୍ଚlଯ୍ୟ ଶମ୍ଭୁ ପ୍ରିୟ ମିଶ୍ର କରିଆସୁଛନ୍ତି |ମହାବୀର ସଙ୍ଘ ର ଅକ୍ଲାନ୍ତ ପରିଶ୍ରମ ଏବଂ ଇଟାମାଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟା, ଜିଲ୍ଲାପରିଷଦ ଓ ବୁଦ୍ଧିଯିବି ଙ୍କ ସହଯୋଗ ରେ ଇଟାମାଟି ଶ୍ମଶାନ ର କାର୍ଯ୍ୟ ଆଘକୁ ଆଘକୁ ବଢ଼ିଚାଲିଚି |
ଏହି ବର୍ଷ ମୁଖ୍ୟ ଆକର୍ଷଣ 10 ଫୁଟ ଗ୍ୟାଲେରୀ ବିଶିଷ୍ଟ ଛାତ ଉପରେ 11 ଫୁଟ ର ଶିବ ମୂର୍ତ୍ତି ର ସ୍ଥlପନ | ମହାବୀର ସଙ୍ଘ ର ଏହି ଭଳି କାର୍ଯ୍ୟକ୍ରମ କୁ ଦେଖି ପୁର ପଲ୍ଲୀ ରେ ପ୍ରଶଂସା ର ସୁଅ ଛୁଟୁ ଚି | ସେଠାରେ ପୌରାଣିକ ନାଟକ ଯାତ୍ରା ବାହୁବଳୀ ଗୋତ୍ରୀଡା “ଏମିତି କାହାଣୀ କେବେ ଶୁଣିନି ” ପରିବେଷଣ କରିଥିଲେ ଦେଖିବା ପାଇଁ ପ୍ରାୟ ୩୦୦୦ ଉର୍ଦ୍ଧ ଜନସାଧାରଣ ସମାଗମ ହୋଇଥିଲେ | ଆବାଳ ବୃଦ୍ଧ ବନିତାଙ୍କ ପାଇଁ ମା ଙ୍କ ପିଠ ରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା