Skip to content

କଣ୍ଟିଲୋ ନୀଳମାଧବ ସିଂହ ଦ୍ଵାର ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀ।

ଆଜି ତା ୧୬.୦୧.୨୦୨୪ ରିଖ ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଶ୍ରୀ ଶ୍ରୀ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ଆଦିପୀଠ ନୟାଗଡ ଜିଲ୍ଲା କଣ୍ଟିଲୋ ଶ୍ରୀ ଶ୍ରୀ ଠାକୁର ନୀଳମାଧବଙ୍କ ପୀଠ ସିଂହଦ୍ଵାର ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ ସ୍ଥିତ ଶ୍ରରାମ ମନ୍ଦିର ଆସନ୍ତା ୨୨ ତାରିଖ ପ୍ରତିଷ୍ଠା ଦିବସ ସମାରୋହରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ଗସ୍ତ ସୂଚୀ ପ୍ରସଙ୍ଗରେ ଆୟୋଜକ ଶ୍ରୀ ଶ୍ରୀ ନୀଳମାଧବ ପୂଜକ ସମାଜ ତତ୍ବାବଧାନରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ସମସ୍ତ ପୂଜକ ଓ ସେବାୟତ୍ ମାନେ ଜଗତ ଗୁରୁଙ୍କ ଆଗମନକୁ ଆଖିଆଗରେ ରଖି କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ମାନ ଗ୍ରହଣ କରି ଫେରିବେ, ସେଥିପାଇଁ ସମସ୍ତେ କର୍ମ ତତ୍ପର ହୋଇ ନିଜନିଜର ଦାୟିତ୍ୱ ଓ କର୍ତ୍ତବ୍ୟ କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବେ ପାଇଁ ଦାୟୀତ୍ଵ ଗ୍ରହଣ କରିଛନ୍ତି । ନୀଳମାଧବ ସେବାୟତ ସଂଘର ସଭାପତି ଓ ସଂପାଦକ ଉକ୍ତ ମନ୍ଦିରକୁ ସମସ୍ତ ପ୍ରକାର ସାହାର୍ଯ୍ୟ, ସହଯୋଗ ଓ ଆର୍ଥିକ ଅନୁଦାନ ପ୍ରଦାନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ଦ୍ଵାରା ନୟାଗଡ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି।ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1