Skip to content

କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ସମୀକ୍ଷା ବୈଠକ।

ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ମାନ୍ୟଵର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସ୍ବଧାଦେଵ ସିଂ ସମସ୍ତଙ୍କୁ ସ୍ବାଗତ ଜଣାଇ ଏହି ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ସମସ୍ତ ବିଭାଗ ସେମାନଙ୍କ ବିଭାଗର କାର୍ଯ୍ୟ ତାଲିକା ପ୍ରଦାନ କରିଛନ୍ତି।

ତଥାପି ନିଜ ନିଜ ବିଭାଗର ଚାଲୁ ରହିଥିବା ପ୍ରକଳ୍ପ, ସମ୍ପୂର୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପ ତଥା ବିଭାଗ ମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ସଂକ୍ଷେପରେ ପ୍ରଦାନ କରିବା ପାଇଁ କହିଥିଲେ। ଏହାପରେ ସେ ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ଆଜିର ବୈଠକ ଉପରେ ସମ୍ୟକ୍ ବାର୍ତ୍ତା ଉପସ୍ଥିତ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ ଜନସାଧାରଣଙ୍କ ଆଶା, ବିଶ୍ବାସ ଓ ବିକାଶ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ମାଧ୍ୟମରେ ପୂରଣ କରିବା ପାଇଁ ମୁଁ ଆପଣମାନଙ୍କର ସହଯୋଗ ଆଶା କରୁଛି। ଏହା ପରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବଦତ୍ତ ପଣ୍ଡା
ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଚାଲୁ ରହିଥିବା ଏବଂ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ଯୋଜନା ଉପରେ ସୂଚନା ପ୍ରଦାନ କରି କହିଥିଲେ ଯେ, ନିର୍ବାଚନ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡିକର କାର୍ଯ୍ୟ ମନ୍ଥର ହୋଇଯାଇଥିଲା। ବର୍ତ୍ତମାନ ସଵୁ କାର୍ଯ୍ୟଗୁଡ଼ିକ ଶୀର୍ଘ ସମ୍ପୂର୍ଣ୍ଣ କରିବା ପାଇଁ ବିଡ଼ିଓ ତଥା ଅନ୍ୟାନ୍ୟ ଲାଇନ୍ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଆଇନ ଶୃଂଖଳା ସମ୍ବର୍ଦ୍ଧରେ ସୂଚନା ପ୍ରଦାନ କରିଥିଲେ। ଦେଶରେ ଜୁଲାଇ ୧ ତାରିଖରୁ ଲାଗୁ ହୋଇଥିବା କ୍ରିମିନାଲ ଆଇନ୍ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା, ବ୍ଲକ, ଥାନା ଓ ଫାଣ୍ଡି ସ୍ତରରେ ଅନେକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିସହ ହଜିଯାଉଥିବା ମୋବାଇଲ ଗୁଡ଼ିକ ଖୋଜି ଵାହାର କରିବା ପାଇଁ ଲୋକମାନେ ଆଉ ଥାନାକୁ ନ ଆସି ମୋବାଇଲ ଆପ୍ ମାଧ୍ୟମରେ ହଜିଥିବା ମୋବାଇଲ ବିଷୟରେ ବିବରଣୀ ପ୍ରଦାନ କଲେ ସେଗୁଡିକ ଖୋଜି ମୋବାଇଲ ମାଲିକମାନଙ୍କୁ ହସ୍ତାନ୍ତର କରାଯାଉଛି। ପରେ ପରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ଟିପିସିଓଡିଏଲ, ଜଳସେଚନ, ଉଠା ଜଳସେଚନ, ଶିକ୍ଷା, ଜିଲ୍ଲା ମଙ୍ଗଳ ବିଭାଗ, ସ୍ବାସ୍ଥ୍ୟ, ରାସ୍ତା ଓ ଗୃହନିର୍ମାଣ, ଜିଲ୍ଲା ଶିଳ୍ପ କେନ୍ଦ୍ର, କୃଷି, ଉଦ୍ୟାନ କୃଷି, ପ୍ରାଣୀ ସଂପଦ, ଜଙ୍ଗଲ ବିଭାଗ (ବନ୍ୟପ୍ରାଣୀ), ଜନସ୍ବାସ୍ଥ୍ୟ, ମତ୍ସ୍ୟ ପ୍ରଭୁତି ବିଭାଗ ମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ସର୍ବଶେଷରେ ଜିଲ୍ଲାପାଳ ଶ୍ରୀମତୀ ସିଂ ମାନ୍ୟବର ସାଂସଦଙ୍କ ବହୁମୂଲ୍ୟ ପରାମର୍ଶ ପାଇଁ ଧନ୍ୟବାଦ ଦେବା ସହ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Ad 1