ରୀତିଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା, ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବି ସୂର୍ଯ୍ୟ , ନୟାଗଡ଼ମାଟିର ଗୌରବ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କର ୨୦୫ ତମ ଶ୍ରାଦ୍ଧ ବାର୍ଷିକୀ ପବିତ୍ର ବକୁଳ ଅମାବାସ୍ୟାରେ ଶରଣକୁଳ ଭିକାରୀ ପଡ଼ାସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲରେ ଗୁରୁବାର ପାଳିତ ହୋଇ ଯାଇଛି ।

ଏହି ଅବସରରେ ସ୍କୁଲ ମଧ୍ୟରେ ଥିବା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ପ୍ରତି ମୂର୍ତ୍ତିରେ ଅତିଥି ମାନଙ୍କ ସହିତ ଛାତ୍ର ଛାତ୍ରୀ ମାନେ ପୁଷ୍ପାଞ୍ଜଳି ସହିତ ଦୀପ ଧୂପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ଏହି ଅବସରରେ ସ୍କୁଲ ଅଧ୍ୟକ୍ଷ ନୀଳମାଧବ ତ୍ରିପାଠୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ଶିଶୁ ସଭାରେ ବେଦଙ୍କ ପଣ୍ଡିତ କିଶୋର ଚନ୍ଦ୍ରକର, ସ୍କୁଲ ସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ରବୀନ୍ଦ୍ର କୁମାର ତ୍ରିପାଠୀ, ରାଜେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ କୃତି, ରଚିତ ବିଭିନ୍ନ ଗ୍ରନ୍ଥ ଓ କାବ୍ୟକବିତା ଆଲୋଚନା କରିଥିଲେ ।