Skip to content

କବି ସୂର୍ଯ୍ୟ ସଦାନନ୍ଦ ଙ୍କ ଜୟନ୍ତୀ ରେ ଶ୍ରଦ୍ଧା ସୁମନ

ମଧୁ ଭାଗୀୟ ଓଡ଼ିଆ ତଥା ବୈଷ୍ଣବ ସାହିତ୍ୟ ର ମହାନ କବି, ଓଡ଼ିଆ ଆକାଶ ର ଅନ୍ୟତମ ଉଜ୍ବଳ ଜୋତିଷ୍କ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ମହାକବି ସଦା ନନ୍ଦ ବ୍ରହ୍ମା ଙ୍କ 286ତମ ଜୟନ୍ତୀ ପାଳନ ସହିତ ବଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ଟଙ୍କା ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଦିଆ ଯାଇଛି, କବି ସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ,

ଦାମୋଦର ସାହୁ,ଲକ୍ଷ୍ମୀ ଧର ସାହୁ,ପ୍ରଦୀପ କୁମାର ସାହୁ,ପ୍ରଶାନ୍ତ ପଟ୍ଟନାୟକ,ଉମାକାନ୍ତ ମିଶ୍ର, ଅଶୋକ ମଲ୍ଲ,ପ୍ରମୁଖ ଯୋଗ ଦାନ କରି କବି ସୂର୍ଯ୍ୟ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଚୈତନ୍ୟ ପନ୍ଥୀ ବୈଷ୍ଣବ କବି କବି ସୂର୍ଯ୍ୟ ସଦା ନନ୍ଦ ଙ୍କ ଜୀବନୀ ଓ ବିରଳ ରଚନା ବଳି ସମ୍ପର୍କ ରେ ଆଲୋଚନା କରିଥିଲେ,ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1