ସୂଚନା, ଶିକ୍ଷା ଓ ଯୋଗ ଯୋଗ ଅଭିଯାନ ଆନୁକୁଲ୍ୟରେ ବ୍ଲକ କଳା ଓ ସଂସ୍କୃତି ସଂଘ ଓଡ଼ଗାଁର ପଞ୍ଜିକୃତ ହୋଇଥିବା କଳାକାର ମାନଙ୍କର ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ଵିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ କବିତା କୁମାର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳଣ କରିବା ସହ ଶିବିରରେ ଶୁଭାରମ୍ଭକରିଥିଲେ ।
ପାଲା ଗାୟକ ମନୋଜ ମିଶ୍ର, ସୁବାସ କୁମାର ନାୟକ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ତାଲିମ ପ୍ରଦାନ କରିଥିଲେ । କଳାକାର ସଂଘ ଉପସଭାପତି, ନୀଳମାଧବ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଦ୍ଵିତୀୟ ଦିନ ପ୍ରଶିକ୍ଷଣ ୨୨ ତାରିଖରେ ଅନୁଷ୍ଠିତ ହେବା ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ