Skip to content

କାର୍ଯ୍ୟରତ କନିଷ୍ଠଯନ୍ତ୍ରୀଙ୍କ ଅକାଳ ବିୟୋଗ

ନୂଆଗାଁ ବ୍ଲକରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ମିଶ୍ରଙ୍କର ଗତକାଲି ଆକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବୟସ ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ କିଛିଦିନ ଧରି ମେଡିକାଲରେ ଚିକିତ୍ସାଧୀନ ଥିଲେ। ତାଙ୍କର ନିଜ ଘର ଆସ୍କାର ମୁଣ୍ତମରାଇ ଅଂଚଳରେ ହୋଇଥିବା ବେଳେ ସେ ନୂଆଗାଁ ବ୍ଲକରେ ଚାକିରି କରୁଥିଲେ। ସେ ବାଲେଶ୍ବର ଭୋଗରାଇ ବ୍ଲକରୁ ପ୍ରଥମ ଚାକିରି ଆରମ୍ଭ କରିଥିଲେ। ଏପରିକି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସମେତ ଦଶପଲ୍ଲା, ନୟାଗଡ ଏବଂ ଖଣ୍ତପଡା ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ସ୍ମୃତି ଉେଦ୍ଦଶ୍ୟରେ ଆଜି ବ୍ଲକ ପରିସରରେ ନୂଆଗାଁ ବିଡିଓ ଡ. ଅମୃତ କୁମାର ରାଉଳଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ।

Ad 1