Skip to content

କିଟ୍ ଘଟଣା ଉପରେ ସି. ପି.ଆଇ.(ଏମ୍)ର ଦାବିପତ୍ର….. /

କିଟ୍ ରେ ଘଟିଥିବା ବର୍ବରୋଚିତ କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସି.ପି.ଆଇ.(ଏମ୍) ନୟାଗଡ଼ ଜିଲ୍ଲା କମିଟି ! କିଟ୍ ପରିସରରେ ନେପାଳୀ ଛାତ୍ର ମାନଙ୍କ ଉପରେ ଘଟିଥିବା ଅତ୍ୟାଚାର, ଛାତ୍ରୀର ଦୟନୀୟ ମୃତ୍ୟୁ ଉପରେ ହାଇକୋର୍ଟର ବିଚାରପତିଙ୍କ ଦ୍ଵାରା ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା, ନେପାଳୀ ଛାତ୍ର ମାନଙ୍କ ପ୍ରତି ଆଚରଣର ଏବଂ କିଟ୍ ମ୍ୟାନେଜମେଣ୍ଟର କାର୍ଯ୍ୟକଳାପକୁ ତଦନ୍ତ ପରିସରଭୁକ୍ତ କରିବା, କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷେପ ନେବା ପ୍ରଭୃତି ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା !ତା୨୪.୦୨.୨୦୨୫ରିଖର ଏହି ପ୍ରତିବାଦରେ ପାର୍ଟିର ବରିଷ୍ଠ ନେତୃତ୍ଵ ବିଶ୍ଵନାଥ ମହାପାତ୍ର, ସରୋଜ ନାୟକ, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, କୁଳମଣି ପୃଷ୍ଟି, ନିରଞ୍ଜନ ସାହୁ, ଅଧିକାରୀ ବେହେରା, ପ୍ରମୁଖ ଭାଗ ନେଇଥିଲେ !

Ad 1