କିଶୋର ପ୍ରସାଦ ଉଚ୍ଚ ବିଦ୍ୟାଳୟ ପରିସରରେ ଏନ ଡି ଆର ଏଫ ତରଫରୁ ସଚେତନତା କାର୍ଯ୍ୟକ୍ରମ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦ ପରିସରରେ ଶନିବାର ୩ୟ ବାଟାଲିୟନ ମୁଣ୍ଡଳୀ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ୩ୟ ବାଟାଲିୟନ ମୁଣ୍ଡଳୀର ଡେପୁଟି କମାଣ୍ଡାଣ୍ଡ ଧନଞ୍ଜୟ କୁମାର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ରାଜକିଶୋର ସାହୁ,ଗୋଲେଖ ବିହାରୀ ସାହୁ, ରମେଶ ଚନ୍ଦ୍ର ମହାନ୍ତି,ସେକ୍ ରଫିକ, ଜୟଶ୍ରୀ ମିଶ୍ର ଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏନଡିଆରଏଫର ଲକ୍ଷ ଆମର ସେବା ସବୁଠି ଏବଂ ସବୁବେଳେ ବୋଲି ଆସିଥିବା ଅଧିକାରୀ ପ୍ରକାଶ କରିଥିଲେ ।

ସେ ଛାତ୍ର ଛାତ୍ରୀ ମାନଙ୍କୁ ଗ୍ରୀଷ୍ମ ପ୍ରବାହ, ଜଙ୍ଗଲ ନିଆଁ, ଭୂମିକମ୍ପରୁ ରକ୍ଷା, ବନ୍ୟା ଓ ବାତ୍ୟା,ହାତ ଗୋଡ ଭାଙ୍ଗିଯିବା ତଥା ଖଣ୍ଡିଆ ଖାବରା ହୋଇ ରକ୍ତ ବାହାରିଲେ ସେଥିରୁ କିଭଳି ରକ୍ଷା ପାଇପାରିବା ସେ ସମ୍ପର୍କରେ ସଚେତନ କରିଥିଲେ । ବିଶେଷକରି ଗଣିଆ ଏକ ନଦୀକୂଳିଆ ଅଞ୍ଚଳ ତଥା ବନ୍ୟା ସମୟରେ ଛାତ୍ର ଛାତ୍ରୀ ମାନେ କିଭଳି ପ୍ରାଥମିକ ଅବସ୍ଥାରେ ବିପଦରେ ପଡ଼ିଥିବା ଲୋକଙ୍କୁ ସହଯୋଗ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଣେ ବି କେହି ଅସୁବିଧାର ସମ୍ମୁଖିନ ନ ହୁଅନ୍ତୁ ଅଥବା ମୃତ୍ୟୁ ମୁଖରେ ନ ପଡନ୍ତୁ ବୋଲି ଓଡ଼ିଶା ସରକାର ସବୁବେଳେ ପଦକ୍ଷେପ ଗ୍ରହଣ କରୁଥିବାରୁ ବିଭିନ୍ନ ସ୍କୁଲ, କଲେଜ ପରିସରରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଏନଡିଆରଏଫ ତରଫରୁ ପ୍ରଦାନ କରାଯାଉଛି ବୋଲି ଉପସ୍ଥିତ ଅଧିକାରୀ ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିସରରେ ଯଦି ଛାତ୍ର ଛାତ୍ରୀ ମାନଙ୍କର କୈାଣସି ଅସୁବିଧା ହୁଏ ତେବେ ତୁରନ୍ତ ଚିକିତ୍ସା କିପରି କରିପାରିବେ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।

You might also like