Skip to content

କୁନି କୁନି ପିଲା ମାନଙ୍କୁ ଚକଲେଟ ଦେଇ ବାର୍ତ୍ତା ଳାପ କରିବା ସହିତ ନୟାଗଡ଼ ଜିଲ୍ଲା ଗସ୍ତ ରେ ଓଡିଶା ରାଜ୍ୟ ପାଳ ରଘୁବରଦାସ

ନୟାଗଡ଼ଜିଲ୍ଲା ଗସ୍ତ ରେ ଆସିଛନ୍ତି ଓଡିଶା ରାଜ୍ୟ ପାଳ ରଘୁବର ଦାସ, ନୟାଗଡ଼ ରେ 10ଟା 30ସମୟ ରେ ପହଂଚି ବିଭିର୍ନ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି, ପ୍ରଥମେ ରାଜ୍ୟପାଳ ଲେଙ୍କୁଡ଼ି ପଡା ଅଙ୍ଗନବାଡି କେନ୍ଦ୍ର କୁ ଯାଇ ଛାତ୍ରଛାତ୍ରୀଙ୍କୁ ଚକଲେଟ ଦେଇ ବାର୍ତ୍ତା ଳାପ କରିବା ସହିତ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି,

ସେଠାରେ ତାଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା, ତତ ସହିତ କିଛି ମହିଳା ଙ୍କ ସହ ଆଲୋଚନା କରିଥିଲେ,ଘରେ ଯେଉଁ ଦିନଛୁଆ ଙ୍କ ଜନ୍ମ ଦିନ ପାଳୁଛ ସେହି ଦିନ ଆପଣ ମାନଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ରେ ଫଳମୂଳ ଓ କିଛି ଖାଦ୍ୟ ପଦାର୍ଥ ପ୍ରଦାନ କରିବାକୁ ମହିଳା ମାନଙ୍କୁପରାମର୍ଶ ଦେଇ ଥିଲେ ରାଜ୍ୟ ପାଳ, ଏଥି ସହିତ ପୋଷଣ ଯୋଜନା ସମ୍ପର୍କ ରେ ଆଲୋଚନା କରିଥିଲେ,

ଏହାପରେ ମାଛିପଡ଼ା 5ଟି ହାଇସ୍କୁଲ ଅନୁଧ୍ୟାନ କରିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ସହିତ ଆଲୋଚନା କରିଛନ୍ତି, ଛାତ୍ର ଛାତ୍ରୀ ମାନେ ରାଜ୍ୟ ର ଭବିଷ୍ୟତ, ସେମାନଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇ ଥିଲେ,ଏହାପରେ ସଂଖେଇ ଗ୍ରସ୍ତ କରି ପ୍ରଧାନ ମନ୍ତ୍ରୀ ଆବାସ ହିତାଧିକାରୀ ସହ ଆଲୋଚନା କରିଥିଲେ, ହିତାଧିକାରୀ ମାନେ ସଠିକ ଭାବରେ କିପରି ଟଙ୍କା ପାଉଛନ୍ତି ସେ ସମ୍ପର୍କ ପଚାରି ବୁଝି ଥିଲେ ।

ରଣପୁର ବ୍ଲକ ଦର୍ପଣ ନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଡାକ୍ତର ଓ ରୋଗୀଙ୍କ ସହିତ ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଆରକ୍ଷୀ ଅଧ୍ଯକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ନୟାଗଡ଼ ବିଡିଓ ପଦ୍ମଚରଣ ସାହୁ, ନୟାଗଡ଼ ବ୍ଲକ ସିଡିପିଓ ଓ ଡ଼ିଏସଡ଼ବ୍ଲୁଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

Ad 1