କୁସୁମାଞ୍ଜଳି ର ୫ମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ନୟାଗଡ ୧୫/୦୩/୨୦୨୬ ନୟାଗଡ ରୁ ପ୍ରକାଶିତ ହେଉଥିବା କୁସୁମାଞ୍ଜଳୀ ର ୫ମ ସ୍ଵନକ୍ଷତ୍ର ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଜି ନୟାଗଡ ର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ପତ୍ରିକା ର ସଭାପତି ଗୋଲକ ବିହାରୀ ନାୟକ ସଭାପତିତ୍ବ କରିଥିଲାବେଳେ ନୟାଗଡ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ସୁବକ୍ତା ଗୋଦାବରୀ ବସନ୍ତିଆ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କର ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଯୁଦ୍ଧ ବିଭୀଷିକା ସମୟରେ ଅଶାନ୍ତ ପରିବେଶ ମଧ୍ୟରେ କବି ମାନେ ସେମାନଙ୍କର କବିତା ର ଲାଳିତ୍ୟ ରେ ସମାଜ କୁ କିଛି ଦିଗ୍ ଦର୍ଶନ ଦେବା ଏବଂ ଦେଶ ରେ ଶାନ୍ତି ପ୍ରତିଷ୍ଠା ଦିଗ ରେ ଆଲୋକପାତ କରିଛନ୍ତି , ଏହା ଦେଶ ଓ ଜାତି ପାଇଁ ଗୌରବ ର କଥା ।

କବିତା ଗୁଡ଼ିକୁ ଲୁଣ୍ଡୁ ତ୍ରିପାଠୀ ଓ ହରପ୍ରିୟା ଦ୍ଵିବେଦୀ ସଂଯୋଜନା କରିଥିଲେ। ଏହି ଅବସରରେ ଅତିଥି ମାନେ ପ୍ରିୟଦର୍ଶିନୀ ମହାପାତ୍ର , ଜଗଦୀଶ କର,ବିଭୂତି ଭୂଷଣ ପଣ୍ଡା, ଓ ଭଜମନ ପରିଡ଼ା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବ କୁ କୁସୁମଞ୍ଜଳି ପତ୍ରିକା ର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ପରିଚାଳନା କରିଥିଲେ।

You might also like