ଶରଣକୁଳ କେ.ଏସ.ବି.ପବ୍ଲିକ ସ୍କୁଲରେ ଶନିବାର ବିଦ୍ୟାଳୟ ସ୍ତରୀୟ ପିଲାଙ୍କ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳାକୁ ବିଦ୍ୟାଳୟର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ଏହିପରି ତିନିଗୋଟି ବିଭାଗରେ ମୋଟ ୮୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ ଟି ପ୍ରକଳ୍ପ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଛି l
ଅପରାହ୍ନରେ ବିଦ୍ୟାଳୟର ସଭାପତି ମନୋରଞ୍ଜନ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ” ବିଜ୍ଞାନ ମେଳା ଶିଶୁ ମାନଙ୍କ ବିଜ୍ଞତାର ପରିଚୟ ଦେଇଥାଏ , ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ପ୍ରତି ଗୁରୁତ୍ୱ ଦେଇ ସେମାନଙ୍କ ମନରେ ପ୍ରତିଟି ସତ୍ୟତାକୁ ପରୀକ୍ଷଣ ମାଧ୍ୟମରେ ପ୍ରତିପାଦିତ କରି ପାରିଲେ, ଶିଶୁଟି ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇ ଦେଶ ଓ ଜାତିର ମଙ୍ଗଳରେ ନିଜକୁ ନିୟୋଜିତ କରି ପାରିବ “ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷକ ତଥା ସ୍ତମ୍ବକାର ଲକ୍ଷ୍ମୀଧର ସାହୁ ମୁଖ୍ୟ ବକ୍ତା ରୂପେ ଯୋଗଦେଇ,” ବିଜ୍ଞାନ ମେଳା ଶିଶୁ ମାନଙ୍କ ର ଦେଖିବା ଓ ଶିଖିବାର ଏକ ପ୍ରକୋଷ୍ଠସ୍ଥଳ, ଶିଶୁର ବିଜ୍ଞାନ ମନୋବୃତି ସୃଷ୍ଟି କରିବା ଶିକ୍ଷକ ମାନଙ୍କର ଏକ ଉତ୍ତମ ପ୍ରୟାସ ” ବୋଲି ମତ ରଖିଥିଲେ l