ନୟାଗଡ଼ ଜିଲ୍ଲା ର ସର୍ବ ପୁରାତନ କେସି କ୍ଲବ ର 98ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିର୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି, କେସି କ୍ଲବ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ବିଭିର୍ନ 6ଷ୍ଠ ଶ୍ରେଣୀ ଠାରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ଅନୁଷ୍ଠିତ ହୋଇଛି, ଓଡ଼ିଆ, ଇଂରାଜୀ ବକୃତା ଦେଶାତ୍ମବୋଧକ, ସଂଗୀତ ପେଣ୍ଟିଙ୍ଗ, ପ୍ରତିଯୋଗିତା ହୋଇଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ଅଧକ୍ଷ ଅଶୋକ ନାୟକ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଓଡ଼ିଆ ଵିଭାଗ ଡ଼. ବାନାମ୍ବର ପୃଷ୍ଟି, ଇଂରାଜୀ ଅଧ୍ୟାପକ ଡ଼ ଶିଶିର କୁମାର ବାରିକ, ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ସଂଗୀତଜ୍ଞ ଅଜିତ ପଟ୍ଟନାୟକ, ଗୁରୁ ପ୍ରଭାତ ଦାସ, ବଳଭଦ୍ର ବାରିକ, ପ୍ରମୁଖ ଯୋଗ ଦେଇଥିଲେ,

ଏହି ପ୍ରତିଯୋଗୀତା ରେ ବିଭିର୍ନ ବର୍ଗ ରେ ପ୍ରାୟ 130ଜଣ ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ,କ୍ଳବ ର ସଭାପତି ଭାଗିରଥି ଦାସ,ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିବାବେଳେ ଉପସଭାପତି ଭବାନି ଶଙ୍କର ଦାସ, କୋଷାଧକ୍ଷ ସାରଦା ପ୍ରସନ ମହାପାତ୍ର, ସଭ୍ୟ ଶକ୍ତି ପ୍ରସାଦ ମିଶ୍ର ଧର୍ମେନ୍ଦ୍ର ଗୁମାନସିଂ, ରାମ ବାରିକ, ଭବରଞ୍ଜନ ଦାସ, ଗୌରୀ ଶଙ୍କର ଦାସ ମାନସିଂ ପ୍ରମୁଖ ଆଗେଇ ନେଇ ଥିଲେ, ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ଚଳିତ ମାସ 20ତାରିଖ ରେ କ୍ଳବ ର ପ୍ରତିଷ୍ଠା ଦିବସ ରେ ପୁରସ୍କୃତ କରାଯିବା ନେଇ ଜଣାପଡିଛି