Skip to content

ଖଣ୍ଡପଡ଼ା ରେ “ନୟାଗଡ ଡ୍ୟାନ୍ସ ନୟାଗଡ” ଅଡିସନ୍ ଅନୁଷ୍ଠିତ

ନୟାଗଡ ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ପକ୍ଷରୁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ I.T.I ସଭାଗୃହରେ “ନୟାଗଡ ଡ୍ୟାନ୍ସ ନୟାଗଡ” ର ଅଡିସନ୍ ଅନୁଷ୍ଠିତ ହୋଇଯାଇଛି । ଏହାକୁ I.T.I ର ପରିଚାଳକ ପ୍ରଦୀପ କୁମାର ବଳିୟାରସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅତିଥି ଭାବେ ଶିଶୁକବି କାଶୀନାଥ ଦାସ ଓ ସମାଜସେବୀ ଦାମୋଦର ସାହୁ ଯୋଗ ଦେଇଥିଲେ। ପରିଷଦର ଉପ ସଭାପତି ନିଳୀମା ନନ୍ଦ ଓ ଟ୍ରଷ୍ଟି ଦେବେନ୍ଦ୍ର ପ୍ରସାଦ ପରମଗୁରୁ ଏହି ପ୍ରତିଯୋଗିତା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗଦେଇ ପରିଷଦ ସମ୍ପର୍କ ରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।

ପରିଷଦ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ପ୍ରତିଯୋଗିତା ର ନୀତି ଓ ନିୟମ ସମ୍ପର୍କ ରେ ଅବଗତ କରାଇଥିଲେ। ଭାବଗ୍ରାହୀ ମହାପାତ୍ର, ଯଶୋବନ୍ତ ପଟ୍ଟନାୟକ ଓ ରଞ୍ଜନ କୁମାର ଦାଶ ଏଥିରେ ବିଚାରକ ରୂପେ ଯୋଗ ଦେଇଥିଲେ। ମୋଟ ୩୬ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜ୍ୟୋତିର୍ମୟୀ ଓଝା, ରଚିତା ପ୍ରିୟଦର୍ଶିନୀ ସାହୁ, ସୀମା ପ୍ରଧାନ, ପ୍ରଜ୍ଞା ପାରମିତା ଦାଶ ଓ ବଂଶିକା ସାଇକୃପା ସେମି ଫାଇନାଲ କୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରତିଯୋଗିତା କୁ ପରିଷଦ ର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ପରିଚାଳନା କରିଥିଲେ।

Ad 1