ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ, ବୁଲିଲା ଡେଙ୍ଗୁ ରଥ ।

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,ରାସଙ୍ଗ ସରପଞ୍ଚ ମାନସ ମହାକୁଡ଼,କମଳା ମହାରଣା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଡେଙ୍ଗୁ ନିରାକରଣ ପାଇଁ ବିଭାଗୀୟ ଅଧିକାରୀ ମାନେ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରୁଥିବା ବେଳେ ନିଜ ଘର ଚାରିପାଖ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ ପାଣି ଜମା ନରଖିବାକୁ ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଥିଲେ। । ନିୟମିତ ମଶାରୀ ଟାଙ୍ଗୀ ଶୋଇବା ସହିତ ପୁରା ଦେହକୁ ଘୋଡାଇ ରଖିବା ଭଳି ପୋଷାକ ପିନ୍ଧିବା ଆବଶ୍ୟକ । ଏହି ଅବସରରେ ଏକ ଡେଙ୍ଗୁ ସଚେତନତା ରଥ ଉଦଘାଟନ କରାଯାଇଥିଲା । ଏହି ରଥ ଗଣିଆ ବ୍ଳକର ବିଭିନ୍ନ ସ୍ଥାନ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବା ବୋଲି ଅତିରିକ୍ତ ବିଡ଼ିଓ ପ୍ରକାଶ କରିଛନ୍ତି ।

You might also like