Skip to content

ଗଣିଆ ବ୍ଲକ ରେ କର୍ମୀ ସମିଳନୀ କଲେ ସମାଜସେବୀ ଶ୍ରୀହରି ନାୟକ,

ନୟାଗଡ ଜ଼ିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ବ୍ଲକ ରେ ବିଜେଡି କର୍ମୀ ସମିଳନୀ କଲେ ସମାଜ ସେବୀ ଶ୍ରୀହରି ନାୟକ, ସୂଚନା ଅନୁଯାୟୀଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଟି ଦଶପଲ୍ଲା, ଗଣିଆ, ନୂଆଗାଁ ବ୍ଲକ କୁ ନେଇ ଗଠିତ ହୋଇ ଥିବା ବେଳେ ବିଜେଡି ତିନି ଭାଗରେ ବିଭକ୍ତ ହେବାରେ ଲାଗିଛି, ବର୍ତମାନ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ବିଡ଼େଡି ଟିକେଟ ପାଇ ବିଧାୟକ ହୋଇଥିଲେ, ବିଧାୟକ ଙ୍କୁ ବିରୋଧି କରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ କେତେବେଳେ ରବୀନ୍ଦ୍ର ସେଠୀ ବିଜେଡି ପତାକା ଧରି ରମେଶ ହଟାଅ ଦଶପଲ୍ଲା ବଞ୍ଚାଅ ସ୍ଲୋଗାନ ଦେଇ ଥିବା ବେଳେ ସମାନ ଢଙ୍ଗରେ ରବିବାର ଦିନ ବିଜେଡି ପତାକା ଲଗାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ, ଅରୁଣ ସାହୁ ଜିନ୍ଦାବାଦ, ଦେବୀ ପ୍ରସାଦ ମିଶ୍ର ଜିନ୍ଦାବାଦ, ପକାଇ ଗଣିଆ ଡାକ ବଙ୍ଗଳା ଠାରୁ ଶତାଧିକ ପୁରୁଷ ମହିଳା ବାହାରି ଗଣିଆ ବଜ଼ାର ଦେଇ ଗଣିଆ ଚଉବଙ୍ଗ ତୋଟା ଠାରେ ପହଂଚି କର୍ମୀ ସମିଳନୀ କରିଥିଲେ,

ସମାନ ଢଙ୍ଗ ରେ ସମାଜ ସେବୀ ଶ୍ରୀହରି ନାୟକ, କର୍ମୀ ସମିଳନୀ କରିଥିଲେ,ଶ୍ରୀହରି ନାୟକ ସହିତ ଗଣିଆ ବ୍ଲକ ପୂର୍ବତନ ଯୁବ ବିଜେଡି ସଭାପତି ଦେବାନନ୍ଦ ମିଶ୍ର, କିଶୋର ପ୍ରସାଦ ପୂର୍ବତନ ସରପଞ୍ଚ ପ୍ରଫୁଲ କୁମାର ବେହେରା(ଟୁକୁ ଭାଇ )କିଶୋର ପ୍ରସାଦ ସରପଞ୍ଚ ନୋମିନି ବିଜୟ କୁମାର ବେହେରା, ଙ୍କ ସହିତ ଦଶପଲ୍ଲା ବ୍ଲକ ର ସରପଞ୍ଚ ଓ ସମିତି ମାନେ ଉପସ୍ଥିତ ଥିଲେ, ବିଜୁ ଜନତା ଦଳ ତରଫରୁ ତିନି ତିନି ଜଣ ବିଜେଡି ଅସ୍ଥାୟୀ ପ୍ରାର୍ଥ ଅଲଗା ଅଲଗା କରି କର୍ମୀ ସମିଳନୀ କରୁଛନ୍ତି,

ଜନସାଧାରଣ ମାନେ କାହାର ବୋଲି ଆଲୋଚନା ର ବିଷୟ ପାଲିଟିଛି, ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ସମାଜ ସେବୀ ଶ୍ରୀହରି ନାୟକ ଙ୍କ ଲୋକ ପ୍ରିୟତା ଦିନକୁ ଦିନ ବଡ଼ିବାରେ ଲାଗିଥିବା ବେଳେ ବିରୋଧି ଗୋଷ୍ଠୀ ଛାନିଆ ହେଉଥିବାର ବିଶେଷ ଶ୍ରୁତର ଜଣାପଡିଛି, ଶ୍ରୀହରି ନାୟକ ଙ୍କ କର୍ମୀ ସମିଳନୀ ରେ ଆଜି ଦୁଇ ହଜ଼ାରରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥିଲେ ବୋଲି ଜଣାପଡିବା ସହିତ ଶ୍ରୀହରି ନାୟକ ଙ୍କ ଲୋକ ପ୍ରିୟତା କେତେ ଆପଣ ମାନେ ଦେଖିଲେ ଜାଣିପାରିବେ,

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଜେଡି ଆଶ୍ରୟୀ ଦିନକୁ ଦିନ ବଡ଼ିବାରେ ଲାଗିଥିବା ବେଳେ କାହା ମୁଣ୍ଡରେ ହାତୀ କଳସ ଢ଼ାଳିବ ତାହା ଦେଖିବାକୁ ବାକି ରହିଲା,

Ad 1