Skip to content

ଗଦାଧରପ୍ରସାଦ ଗ୍ରାମର ୭ ବିରୋଧୀ ନେତା ବିଜେଡିରେ ସାମିଲ

ନୟାଗଡ଼, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୧୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଯୋରଦାର କଲେଣି । ଏହି ସମୟରେ ପ୍ରତ୍ୟେକ ଦିନ ଅନେକ ବିରୋଧୀ ଦଳର ନେତା ମାନେ ବିଜେଡିରେ ଯୋଗ ଦେଉଛନ୍ତି । ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଗଦାଧରପ୍ରସାଦ ପଞ୍ଚାୟତର ୭ ବିରୋଧୀ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଗଦାଧରପ୍ରସାଦ ଗ୍ରାମର ମନମୋହନ ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ଚନ୍ଦ୍ରମଣି ବିଶୋଇ, ବ୍ରଜେନ୍ଦ୍ରନାଥ ସ୍ୱାଇଁ, ସନ୍ତୋଷ କୁମାର ଜେନା, ତ୍ରିଲୋଚନ ସାହୁ ଓ ସରୋଜ କୁମାର ଜେନା ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି ।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ପାତ୍ର, ସମିତି ସଭ୍ୟ ମାନସ ମହାପାତ୍ର, ରୁଦ୍ରପ୍ରଶନ୍ନ ରଥ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜିଲ୍ଲାପରିଷଦ ସୁବାଷ ଚନ୍ଦ୍ର କଅଁର ଓ ବିଜେଡି ନେତା ପଦ୍ମ ଚରଣ ଉଦୟଭାନୁ ପ୍ରମୁଖ ଉପସ୍ଥିତ ରହିଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ଅରୁଣ ସାହୁ ଜିନ୍ଦାବାଦ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ର ଶ୍ଳୋଗାନ ଦେଇଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ ।

Ad 1