ଗାଇଡ଼ାନ୍ସ ପବ୍ଲିକ ସ୍କୁଲ, ନୟାଗଡ଼ର ଦ୍ଵାଦଶ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗତ ଦୁଇ ଦିନ ଧରି ସ୍ଥାନୀୟ ପିଟିଏସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ମହା ଆଡ଼ମ୍ବରରେ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା’ ନାରାୟଣୀ ମନ୍ଦିରରୁ ପାରମ୍ପରିକ ରୀତି ରେ ଶିଶୁ ମାନଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା ।

ଏହି ଅବସରରେ ଶ୍ରୀଯୁକ୍ତ ସାହୁ ସ୍ୱାସ୍ଥ୍ୟ କୁ ଠିକ୍ ରଖିବାକୁ ହେଲେ ଖେଳ ବା କ୍ରୀଡ଼ା ର ଆବଶ୍ୟକତା ରହିଛି ବୋଲି ବାର୍ତ୍ତା ଦେଇଥିଲେ । ପରବର୍ତ୍ତୀ ସମୟରେ ପ୍ରଥମ ଦିନରେ ସମସ୍ତ ବାହ୍ୟ କ୍ରୀଡ଼ା ଗୁଡ଼ିକ ଖୋଳା ଯାଇଥିଲା ବେଳେ ଦ୍ଵିତୀୟ ଦିବସରରେ ବିଦ୍ୟାଳୟ ପରିସରରେ ଘର ଭିତ୍ତର ଖେଳ ଗୁଡିକୁ ଖେଳା ଯାଇଥିଲା । ସ୍କୁଲ ର ୩୦୦ ଛାତ୍ର ଓ ଛାତ୍ରୀ ଏହି କ୍ରିଡ଼ାରେ ଭାଗ ନେଇ ଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀଙ୍କୁ ବାର୍ଷିକ ଉତ୍ସରେ ପୁରସ୍କୃତ କରାଯିବା ସୂଚନା ଦିଆଯାଇଛି । ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଗୋଲ୍ଡ ମେଡ଼ାଲିଷ୍ଟ ରିତିକ୍ ରଞ୍ଜନ ମହାପାତ୍ର ଓ ସୌରଭ କୁମାର ଉକ୍ତ କ୍ରୀଡା ପ୍ରତିଯୋଗିତା କୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ କଳ୍ପନା ରାଣୀ ଭଦ୍ର ଓ ସମସ୍ତ ଶିକ୍ଷାୟତ୍ରୀ ଏଥିରେ ସହଯୋଗ କରିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ