ଗାଇ କୁ ଗୋମାତା ଓ ରାଜମାତା ର ମାନ୍ୟତା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ନୟାଗଡ଼ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ସୂଚନା ଅନୁସାରେ ନବ ନିର୍ମାଣ କୃଷକ ସଂଗଠନ ନୟାଗଡ ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ 11ଘଟିକା ସମୟ ରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ଦାବି ମୁତାବକ ଗାଇ କୁ ଗୋମାତା ଓ ରାଜମାତା ର ମାନ୍ୟତା ଓ ସୁସ୍ଥ ଓ ନିରୋଗ ସମାଜ ଗଠନ ପାଇଁ ପ୍ରୟାସ, ତତ ସହିତ ନିରୋଗ ସମାଜ ଗଠନ ପାଇଁ ଗୋ ମାତାଙ୍କର ଅବଦାନ ଅତୁଳନୀୟ ଥିବା ବେଳେ ଗୋ ବଂଶ ବୃଦ୍ଧି ନିହାତି ଜରୁରୀ, ଏବଂ ଗୋ ବଂଶ ବୃଦ୍ଧି ପାଇଁ ସରକାର ବିଧାନ ସଭାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା

,ଗୋପାଳକ ଙ୍କୁ ଓ ଗାଇ ରଖୁଥିବା ଚାଷୀଙ୍କୁ ଆର୍ଥିକ ସହାୟତା କରିବା ବ୍ୟବସ୍ଥା ନେଇ ନବ ନିର୍ମାଣ କୃଷକ ସଂଗଠନ ଦାବି ଉପସ୍ଥାପନ କରିବା ସହିତ ରୋଗ ର ନିରlକରଣପାଇଁ ଓ ନିରୋଗ ସୁସ୍ଥ ସମାଜ ଗଠନ ପାଇଁ ବିଧାନ ସଭାରେ ସ୍ୱତନ୍ତ୍ର ଆଇନ ଆଣି ଗୋବଂଶ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରିବା ସହିତ ରାଜ୍ୟ ବଜେଟ ରେ ଗୋପାଳନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରିବା ଓ ଗୋପାଳକଙ୍କୁ ଆର୍ଥିକ ସାହାଯ୍ୟ ବ୍ୟବସ୍ଥା ପାଇଁ ଦାବିକରି ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି