ଗୋଳଗୋଳା ଗ୍ରାମରୁ ସିରିଜ ଲୁଟ
ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ସିରିଜ ଲୁଟ ହୋଇଛି । ଗାଁର ୩ ଜଣଙ୍କ ଘରୁ ଲୁଟ ହୋଇଛି । ଲୁଟେରାମାନେ କାହା ଘର କବାଟ ତାଡ଼ିଛନ୍ତି ତ ପୁଣି କାହାର ଝରକା ତାଡ଼ି ଘର ଭିତରେ ପଶିଛନ୍ତି । ଲକ୍ଷାଧିକ ଟଙ୍କାର ଲୁଟ ହୋଇଛି ।

୩ ଜଣଙ୍କ ଘରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ହୋଇଥିବା ଅଭିଯୋଗ ହୋଇଛି । ଚନ୍ଦ୍ରମଣୀ ଦାଶ, ସୁଦାମ ଦାଶ, ସନ୍ତୋଷ ପାଣି ଲୁଟର ଶୀକାର ହୋଇଛନ୍ତି । ସଦରଥାନା ଅଞ୍ଚଳରେ ବାରମ୍ବାର ଚୋରୀ, ଡକାୟତୀ ବୃଦ୍ଧି ପାଉଛି । ଜିଲ୍ଲା ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଲୁଟେରାଙ୍କୁ ଗିରଫ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।
