ଗୌରାଙ୍ଗ ପ୍ରଧାନଙ୍କ ନବମ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼ ଜିଲ୍ଲା ଶରଣକୂଳ ନିକଟସ୍ଥ ଅସୁରୂଢିପା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଖ୍ୟାତନାମା କବି, ସାହିତ୍ୟିକ, ସାମ୍ବାଦିକ, ସ୍ତମ୍ଭକାର, ଜନପ୍ରିୟ ରାଜନେତା, ତଥା ସମାଜ ସେବୀ, ଏବଂ ସବୁରି ପ୍ରିୟ କବି,ମୁକୁଳ ଗୌରାଙ୍ଗ ପ୍ରଧାନ, (କନ୍ଦର୍ପ )ଙ୍କ ସ୍ମୁତି ରେ ରାଜ୍ୟସ୍ତରୀୟ ନବମ ଶ୍ରଦ୍ଧାଞ୍ଜଳି ସଭା, କବିତା ଆସର, ଓ ସ୍ମୁତି ସଂମ୍ମାନ ପ୍ରଦାନ ମହାସମାରୋହ ରେ ସ୍ଥାନୀୟ ବାଉଁଶିଆ ସ୍ଥିତ ଆଶ୍ରୟ ସମ୍ମିଳନୀ କକ୍ଷ ରେ ପାଳିତ ହୋଇ ଯାଇଛି, ପ୍ରଥମ ପର୍ଯ୍ୟାୟ ରେ 125ଜଣ କବି ଙ୍କୁ ନେଇ ଗୌରାଙ୍ଗ ପ୍ରଧାନ ଙ୍କ ଜୀବନ ଶୈଳୀ କୁ ନେଇ କବିତା ପାଠ କରାଯାଇଥିଲା, ଦ୍ୱିତୀୟ ପର୍ଯ୍ୟାୟ ରେ ସ୍ମୁତି ଚାରଣ କାର୍ଯ୍ୟକ୍ରମ ରେ ନାଟ୍ୟକାର ଡ଼ ରାମଚନ୍ଦ୍ର ମିଶ୍ର, ସାହିତ୍ୟିକ ବିଜୟ କୁମାର ଚୌଧୁରୀ, ଶିକ୍ଷାବିତ ଅଶୋକ କୁମାର ନାୟକ, ସମାଜ ସେବୀ ପ୍ରମୋଦ କୁମାର ପଟ୍ଟନାୟକ,, ସଂସ୍କୃତି ଗବେଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଖ୍ୟାତ ହିନ୍ଦୁସ୍ତାନୀ କଣ୍ଠ ଶିଳ୍ପୀ ତଥା ସ୍ୱର ସମର୍ପଣ ଦିଲ୍ଲୀ ର ନିର୍ଦେଶକ ଆଚାର୍ଯ୍ୟ ଅଭିମନ୍ୟୁ,, ସୁଦୂର ଚେନାଇ ର ପ୍ରକାଶିତ ଭିର୍ନ ମଣିଷ,ଭିର୍ନ ପୃଥିବି ସାହିତ୍ୟ ପତ୍ରିକାରସମ୍ପାଦକ ବଟକୃଷ୍ଣ ମହାପାତ୍ର, ଏବଂ କବି ପାଣ୍ଡବ ନାୟକ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସଭାକାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ ଆଶ୍ରୟ ର ପ୍ରତିଷ୍ଠାତା ତଥା ନିର୍ଦେଶକ ସମାଜ ସେବୀ ଲୋକନାଥ ଦାସ, ପରିଷଦ ର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ (ଆଡ଼ଭୋକେଟ )ବାର୍ଷିକ ବିବରଣୀ ପାଠ କରିଥିଲେ, ରାଜ୍ୟ ର ବିଭିର୍ନ ଜିଲ୍ଲା ର ଯୋଗ ଦେଇ ଥିବା କବି ସାହିତ୍ୟିକ, ଗବେଷକ, ସାମ୍ବାଦିକ, ଓ ବିଶିଷ୍ଟବ୍ୟକ୍ତି ମାନେ ଗୌରାଙ୍ଗ ପ୍ରଧାନ ଙ୍କ ସ୍ମୁତି ଚାରଣ କରିଥିଲେ,

ଏହି ଅବସରରେ ରାୟଗଡା ର କବି ଜୟଦେବ ସିଠ, କଟକ ରସାହିତ୍ୟିକ ନରେଶ ଚନ୍ଦ୍ର ରାୟ ମହାପାତ୍ର, ସଫଳା ଦାସ, ଲକ୍ଷ୍ମୀ ପ୍ରିୟା ଜେନା, ବ୍ୟଙ୍ଗ କବି କୁନ୍ତଳା ବେହେରା, ଚିଲିକାରୁ ରଙ୍କ ନାଥ ସେଠି, ନନ୍ଦିଘୋର ରୁ ସାମ୍ବାଦିକ ରାମକୃଷ୍ଣ ପରିଡା, ପ୍ରମୁଖ ଙ୍କୁ କବି ଗୌରାଙ୍ଗ ପ୍ରଧାନ ସ୍ମୁତି ସଂମ୍ମାନ 2024ପ୍ରଦାନ କରାଯାଇଥିଲା, ବୈକୁଣ୍ଠ ନାଥ ପ୍ରଧାନ, କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଫୁଲ୍ଲ ନାହାକ, ରାମକୃଷ୍ଣ ମହାରଣା, ଅନିଲ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସାହୁ, ଓ ଭାଗିରଥି ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ,ପରିଶେଷରେ ରମେଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

You might also like