ଜିଲ୍ଲା ପ୍ରଶାସନର ମସ୍ତିଷ୍କ ସଦୃଶ ନୟାଗଡ଼ ଜିଲ୍ଲାପାଳଙ୍କ କ୍ୟାମ୍ପସ୍ ପରିସରର ପ୍ରାୟ ଏକ ବର୍ଷ ତଳେ ରୂପାନ୍ତରୀକରଣ ହୋଇଥିଲା । ଏହି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ହୋଇଥିବାରୁ ଏଠାକୁ ଦୈନିକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାଧାରଣ ଲୋକ, ଜନ ପ୍ରତିନିଧି, ଅଫିସର୍ ଙ୍କ ଠାରୁ ଆରମ୍ଭ କରି ସଭିଏଁ ଆସନ୍ତି । ତେଣୁ ଏଠାକାର ସୌନ୍ଦର୍ଯ୍ୟ କରଣର ଆବଶ୍ୟକତା ରହିଛି । ଗାଁ ପରିମଳ ଧୋବା ତୁଠରୁ ଭଳି ଏଠାକାର ସୌନ୍ଦର୍ଯ୍ୟକରଣରୁ ଜଣେ ସକାରାତ୍ମକ ମନୋବୃତ୍ତି ନେଇ ଫେରିବା ଆବଶ୍ୟକତା ଏଭଳି ସ୍ଥିତିରେ ଜିଲ୍ଲାପାଳଙ୍କ କ୍ୟାମ୍ପସ୍ କୁ ରୂପ ଦେବାକୁ ଏଠାରେ ବିଭିନ୍ନ କାରୁକାର୍ଯ୍ୟ କରାଯିବା ସହିତ ଏକାଧିକ ସ୍ଥାନରେ ଲନ୍-ଗ୍ରାସ (ଘାସ) ଲଗାଇ ଯାଇଥିଲା । ତେବେ ଘାସ ଲଗାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଖବର ମିଳିଥିବା ବେଳେ, ଏହାର ଦାୟିତ୍ୱ ନିଆଗଲା ନାହିଁ, ଫଳରେ ମାସ କେତୋଟିରେ ଏହି ଘାସ ସବୁ ପାଣି ଦେବା ଅଭାବରୁ ଜଳି ଯାଇଛି ।

ସୌନ୍ଦର୍ଯ୍ୟ ବଢାଇବା ବଦଳରେ ଜିଲ୍ଲାପାଳ ଙ୍କ କ୍ୟାମ୍ପସ୍ ର ସୌନ୍ଦର୍ଯ୍ୟ ଏହା ବିଗାଡୁଛି । ନୟାଗଡ଼. ମୁନିସିପାଲିଟି ପକ୍ଷରୁ ଏହି କାମ କରାଯାଇଥିବା ବେଳେ ମୁନିସିପାଲିଟି ନିର୍ବାହ ଅଧିକାରୀ ଏ ସମ୍ପର୍କରେ ତଥା ଦେବାକୁ ଅମଙ୍ଗ ହେଉଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ଙ୍କ ସୂଚନା ମୁତାବକ, ତତ୍କାଳୀନ ଜିଲ୍ଲାପାଳ ପୋମା ଝୁଡୁଙ୍କ ସମୟରେ ଏହି ଲନ୍-ଗ୍ରାସ୍ ଲାଗିଥିଲା । ଆନ୍ଧ୍ରପ୍ରଦେଶରୁ କାଳେ ଉକ୍ତ ଘାସ ଅଣାଯାଇଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲା । ଲନ୍ -ଗ୍ରାସ୍ର ସବୁଜିମାରେ ଜିଲ୍ଲାପାଳଙ୍କ କ୍ୟାମ୍ପସ୍ କିଛି ଦିନ ସୌନ୍ଦର୍ଯ୍ୟ ରେ ଆଚ୍ଛାଦିତ ହୋଇଯାଇଥିଲା , କିନ୍ତୁ ଏବେ ସବୁଜ ବଦଳରେ ଏହା ଶୁଖି ଧଳା ହୋଇଗଲାଣି। ଲନ୍-ଗ୍ରାସ୍ ପାଇଁ ଖର୍ଚ୍ଚ କରି କାହିଁକି ଦାୟିତ୍ଵ ନିଆଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି । ଜିଲ୍ଲାର ଏହା ମୁଖଶାଳା ହୋଇଥିବାରୁ ଅନେକ ସମୟରେ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ରର ପ୍ରମୁଖ ଅଧିକାରୀ, ମନ୍ତ୍ରୀ – ନେତା ମଧ୍ୟ୍ୟ ଆସିଥାନ୍ତି । ଅତିଥିଙ୍କ ଆଗରେ ଜିଲ୍ଲା ପ୍ରଶାସନର ଏହି ମୁଖ୍ୟାଳୟର ଏଭଳି ମରୁଡି ସଦୃଶ ସ୍ଥିତି ଭ୍ରୂକୁଞ୍ଚନ ସୃଷ୍ଟି କରୁଛି । ଏ ସମ୍ପର୍କରେ ମୁନିସିପାଲିଟି ନିର୍ବାହ ଅଧିକାରୀ ସ୍ଵାତୀ ମିଶ୍ରଙ୍କୁ ପଚାରିବାରୁ, ସେ ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା କହିନଥିବା ବେଳେ, ଏହି ଫଣ୍ଡ ବୋଧେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆମକୁ ଦିଆଯାଇଥିଲା, ଆମେ ଲନ୍-ଗ୍ରାସ ଲଗାଇଥିବା କହିଥିବା ବେଳ, ମଝିରେ ମଝିରେ ଆମ କର୍ମଚାରୀଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ପାଣି ଦେଉଥିଲେ; ପାଣିର ସମସ୍ୟା ସମେତ କୁକୁର ଆଦି ବୁଲାବୁଲି କରୁଥିବାରୁ ଲନ୍-ଗ୍ରାସ ଶୁଖିଯାଇଥିବା କହିଛିନ୍ତି ।