ଚଳା ଚଳ ଉପରେ କଟକଣା କଲେ ଜିଲାପାଳ

ମୋଟର ଯାନ ଆକ୍ଟ 1988(59)ରୁଲ 1993(173)ଅନୁସାରେ ସଡ଼କ ଦୁର୍ଘଟଣା କୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲା ରେ ମାଲ ପରିବହନ କରୁଥିବା ଭାରୀଯାନ ତଥା ଟିପର, ଟ୍ରକ ଦ୍ୱାରା ବାଲି, ମୋରମ, ଗୁଣ୍ଡପଥର, (ଚିପସ )ଖଣ୍ଡ ପଥର, ଇଟା ଇତ୍ୟାଦି ର ପରିବହନ ସକାଳ 7ଘଟିକା ଠାରୁ ରାତ୍ର 9ଘଟିକା ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି,

ଏହି ନିର୍ଦେଶ ଜିଲାପାଳ ସ୍ୱଧାଦେବ ସିଂ ନିର୍ଦେଶନାମା ଜାରୀ କରିଛନ୍ତି,ନିଷିଦ୍ଧାଦେଶ କୁ ଦିବା 1ଘଟିକା ଠାରୁ 3ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି,ଏହି ଆଦେଶଚଳିତ ମାସ ଆସନ୍ତା କାଲି ଠାରୁ ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ, ଜନସାଧାରଣ ଙ୍କ ଧନ ଜୀବନ ସୁରକ୍ଷା ଦୃଷ୍ଟି ରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲା ର ସମସ୍ତ ଟ୍ରକ ମାଲିକ ସଙ୍ଘ ଓ ଟ୍ରକ ମାଲିକ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆ ଯାଇଛି

You might also like