ଚିକିତ୍ସା ଅବହେଳା, ମହିଳା ଙ୍କ ମୃତ୍ୟୁ କୁ ନେଇ ଉତେଜନା
ଘରୋଇ ହସ୍ପିଟାଲ ରେ ମହିଳା ଙ୍କ ମୃତ୍ୟୁ କୁ ନେଇ ଉତେଜନା, ସ୍ଥାନୀୟ ଲୋକ ହସ୍ପିଟାଲ ସମ୍ମୁଖରେ ହୋହଲା କରି ଛନ୍ତି, ନ୍ୟାୟ ଅପେକ୍ଷା ରେ ଦାବି ରେ ବସିଛନ୍ତି ଲୋକେ, ଚିକିତ୍ସା ରେ ଅବହେଳା, ଘଟଣା କୁ ନେଇ କରିଛନ୍ତି ଅଭିଯୋଗ,ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ତ ଓସ୍ତପଡା ଗ୍ରାମ ର ପ୍ରତିମା ସାମନ୍ତରାୟ 46ବର୍ଷ ଗର୍ଭାଶୟ ରେ ରକ୍ତ ସ୍ରାବ ଯୋଗୁ ଅସ୍ତ୍ରୋପଚାର ପାଇଁ ଚାନ୍ଦ ପୁର ରେ ଥିବା ରାମଚଣ୍ଡୀ ହସପିଟାଲ ରେ ଭର୍ତି ହୋଇଥିଲେ,
ପ୍ରତିମା ଙ୍କ ଅପରେସନ ହୋଇଥିବା ବେଳେ କିଛି ସମୟ ପରେ ପ୍ରତିମା ଙ୍କର ମୃତ୍ୟୁ ହୋଇଥିଲା, ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଚାପା ଉତେଜନା ଦେଖିବାକୁ ମିଳିଛି, ଘଟଣା ସ୍ଥଳ ରେ ଚାନ୍ଦ ପୁର ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି, ଆଗରୁ ଏଭଳି ଅଘଟଣ ଘଟିବାର ନଜିର ରହିଛି