ଚିକିତ୍ସା ଅବହେଳା ରୁ ମୃତ୍ୟୁ ଅଭିଯୋଗ, ଜାତୀୟ ପଥ ଅବରୋଧ କଲେ ପରିବାର
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ରେ ଜଣେ ଜ୍ୱର ରୋଗୀ କୁ ସଠିକ ଭାବେ ଚିକିତ୍ସା ଯୋଗାଇ ଦିଆ ନଯିବାରୁ ମୃତ୍ୟୁ ଘଟି ଥିବା ଅଭିଯୋଗ କରି ପରିବାର ଓ ଗ୍ରାମବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ଆଗରେ ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି, ସୂଚନା ଅନୁସାରେ ନୟାଗଡ଼ ସଦର ବ୍ଳକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ବିଛେଦ ନାୟକ ଙ୍କ ପୁଅ ରାଜ କିଶୋର ନାୟକ,(30)ଙ୍କୁ ଚିକିତ୍ସା ପାଇଁ ଅପରାହ୍ନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି କରାଯାଇଥିଲା,
ଡାକ୍ତର ତାଙ୍କୁ ଦେଖିବା ପରେ ୱାର୍ଡ଼ ରେ ଆଡମିସନ କରାଯାଇ ଥିଲା, ହଠାତ ସେ ଗୁରୁତ୍ୱର ହୋଇପଡିବା ସହ ଅଚେତ ହୋଇ ଯାଇଥିଲେ,ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ ମଧ୍ୟ ଏପଟେ ପରିବାର ଲୋକେ ଡାକ୍ତର ଦେଖି ନଥିବା ଅଭିଯୋଗ କରିଛନ୍ତି, ଓ ଡାକ୍ତର ଙ୍କ ଅବହେଳା ରୁ ରାଜ କିଶୋର ଙ୍କ ମୃତ୍ୟୁ ଘଟି ଥିବା ପରିବାର ଲୋକେ କହି ଥିବା ବେଳେ ଡାକ୍ତର ଖାନା ପରିସରରେ ହୋହାଲ୍ଲା ର ପରିବେଶ ଦେଖିବାକୁ ମିଳି ଥିଲା,
ଗ୍ରାମବାସୀ ଓ ପରିବାର ଲୋକେ ଏ ଘଟଣା କୁ ନେଇ ଜାତୀୟ ରାଜପଥ ଉପରେ ଶବ କୁ ରଖି ରାସ୍ତା ରୋକ କରିଥିଲେ,ଖବର ପାଇ ଟାଉନଥାନା ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ରାସ୍ତା ରୋକ ହଟାଇ ଥିବା ସୂଚନା ମିଳିଛି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼ ଟୁଡ଼େ