Skip to content

ଜଗନ୍ନାଥ ମନ୍ଦିରରେ ଦେବସଭା ଅନୁଷ୍ଠିତ

ଖଣ୍ଡପଡ଼ା ସହରର ରଥଗଡା ଛକ ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଗତକାଲି ରାତ୍ର ସମୟରେ ଠାକୁରଙ୍କ ଦେବସଭା ନୀତି ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପରି ପାରମ୍ପାରିକ ରୀତିନୀତି ଅନୁଯାୟୀ ଚମ୍ପକ ଦ୍ଵାଦଶୀରେ ସଭାକାର୍ଯ୍ୟ କରାଯାଇଥିଲା ବେଳେ
ଏଥିରେ ଆସିଥିବା ଚାରି ଠାକୁର ହେଲେ ବାବା ନୀଳକଣ୍ଠେଶ୍ଵର,
ମଦନମୋହନ, ମହାଲକ୍ଷ୍ମୀ ଓ ଗୋପୀନାଥ ସମେତ ଉପସ୍ଥିତ ରହିବା ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଚାରି ଠାକୁରଙ୍କ ସଭାକାର୍ଯ୍ୟ କରାଯାଇଥିବା ଶ୍ରୀଜଗନ୍ନାଥଙ୍କ ପୂଜକ ନିରଞ୍ଜନ ନନ୍ଦଙ୍କ ଠାରୁ ପ୍ରକାଶ।

Ad 1