ଗତ ନବୀନ ପଟ୍ଟନାୟକ ଙ୍କ ସରକାର ରେ ରାଜ୍ୟ ର ବିଭିର୍ନ ମଠ ମନ୍ଦିର ର ରୂପାନ୍ତରିତ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଅନୁଦାନ କରାଯାଇଥିଲା, ନୟାଗଡ଼ ଜଗନ୍ନାଥ ମନ୍ଦିର, ଦକ୍ଷିଣ କାଳୀ ମନ୍ଦିର ଓ ସହର ର ବିଭିର୍ନ ମଠ ମାନଙ୍କ ପାଇଁ ଅନୁଦାନ ପ୍ରଦାନକରାଯାଇଛି,, ନିର୍ବାଚନ ପରଠାରୁ ଏହି କାର୍ଯ୍ୟ ଧିମେଇ ଯାଇଥିବା ବେଳେ ଆଜି 11ଘଟିକା ସମୟ ରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଜଗନ୍ନାଥ ମନ୍ଦିର ଓ ଦକ୍ଷିଣ କାଳୀ ମନ୍ଦିର ପରିଦର୍ଶନ ରେ ଯାଇ ନିର୍ମାଣ କାର୍ଯ୍ୟ କୁ ନେଇ ସମୀକ୍ଷା କରିଛନ୍ତି,ମନ୍ଦିର ସୌନ୍ଦର୍ଯ୍ୟତା,
ଆଲୋକୀକରଣ,ଆନନ୍ଦ ବଜାର, ପାନୀୟଜଳ,ବ୍ୟବସ୍ଥା ଉପରେ ଆଲୋକ ପାତ କରିଛନ୍ତି ଓ ଏସବୁ ର କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ ଦେଇ ଛନ୍ତି,ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ତ୍ତ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ କାଉନ ସିଲର କିସାନ ଦାସ ଓ କାମ କରୁଥିବା ଠିକା ସଂସ୍ଥା ପ୍ରମୁଖ ଉପସ୍ଥିତ ରହିଥିଲେ,