ସୂଚନା ଅନୁସାରେ ଆଜି ସକାଳ 7ଘଟିକା ସମୟ ରେ ଜଗନ୍ନାଥ ସରକାରୀ ଉଚ୍ଚବିଦ୍ୟାଳୟ ଚମ୍ପତି ପୁର ପରିସର ରେ ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ସେଠି ଙ୍କ ମନୋମୁଖୀ କାର୍ଯ୍ୟ କୁ ନେଇ ଅଭିଭାବକ ତଥା ଚମ୍ପତି ପୁର ଗ୍ରାମବାସୀ ଙ୍କ ପକ୍ଷରୁ ସ୍କୁଲ ପରିସରରେ ଧାରଣା ଦିଆ ଯାଇଛି, ଘଟଣା କ୍ରମ ରେ ଆଜକୁ 17ବର୍ଷ ରୁ ଉର୍ଧ୍ଵ ଶର୍ମିଷ୍ଠା ସେଠି ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ୱ ତୁଲାଉ ଥିବା ବେଳେ ତାଙ୍କର ମନ ମୁଖି ଶାସନ, ତତ ସହିତ ପିଲାଙ୍କ ମଧ୍ୟାନ ଭୋଜନ ର ଅନିୟମିତା, ବିଭିର୍ନ ସମସ୍ୟା ଉପୁଜୁ ଥିବା ବେଳେ, ଅଭିଭାବକ ତଥା ପିଲାମାନଙ୍କୁ ଗାଳି କରିବା ସହ ଟିକେ କଥା ରେ କେଶ କଥା କହିଥିବା ବେଳେ, ତାଙ୍କର ଏଭଳି ବ୍ୟବହାର ରେ ଅତିଷ୍ଠ ହୋଇ ଗ୍ରାମବାସୀ ଓ ଅଭିଭାବକ ତାଙ୍କୁ କାର୍ଯ୍ୟା ଳୟ ପରିସର ରେ ଘେରାଉ କରଥିଲେ, ଫଳରେ ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ଘେରାଉ ଦେଖି ନିଜେ ଲୁଚି ବାକୁ ଚେଷ୍ଟା କରିଥିଲେ, ଏପରି କି ବିଦ୍ୟାଳୟ ର କମନ ରୁମ ରେ ଆତ୍ମ ଗୋପନ କରିଥିଲେ, ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଦେଖା କରିବାକୁ ଯାଇଥିଲେ ମଧ୍ୟ ସେ ଦେଖା କରି ନଥିଲେ,
ଏପରିକି ଗଣ ମାଧ୍ୟମ ପ୍ରତିନିଧି ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇଥିଲେ, ଏ ଗ୍ରାମ ବାସୀ ଙ୍କ ଘେରାଉ ଘଟଣା ଶୁଣି ତୁରନ୍ତ ସ୍ଥାନୀୟ ସରପଞ୍ଚଅମର ପ୍ରସାଦ ସାଥୁଆ ବିଦ୍ୟାଳୟ ରେ ପହଂଚି ଥିଲେ, ତାଙ୍କୁ ଦେଖା ନ ଦେଇ ଫୋନ ମାଧ୍ୟ୍ୟମ ରେ ପରେ ଆସନ୍ତୁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ, ଏହାକୁ ବିଦ୍ୟାଳୟ ପରିସରରେ ଅଭିଭାବକ, ତଥା ଗ୍ରାମବାସୀ ଶୁଣି ବିଦ୍ୟାଳୟ ଫାଟକ ନିକଟ ରେ ଧାରଣା ରେ ବସି ରହିଥିଲେ,, ପରବର୍ତୀ ମୁହୁର୍ତର ରେଶିକ୍ଷୟତ୍ରୀ କୁ
ଯଥା ଶୀଘ୍ର ବଦଳି କରାଯାଉ ବୋଲି ଦାବି କରି ଗଣ ଧାରଣା ଦେଇଥିଲେ, କିଛି ସମୟ ପାଇଁ ଶିକ୍ଷୟତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ରେ ଆତ୍ମ ଗୋପନ କରିଥିଲେ,
ପ୍ରଧାନ ଶିକ୍ଷୟତ୍ରୀ ଙ୍କ କହିବା ଅନୁଯାୟୀ ମୁ କିଛି ଏ ବିଷୟ ରେ ଜାଣିନାହିଁ,ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ,କହି ଗଣ ମାଧ୍ୟମକୁ ଏଡାଇ ଯାଇଥିଲେ, ଏ ଘଟଣା ପହଂଚି ଥିଲା ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ, ବିଦ୍ୟାଳୟ ରେ ପହଂଚି ଶିକ୍ଷାଧିକାରୀ ମହୋଦୟ ବୁଝା ସୁଝା କରିଥିଲେ, ପରେ ଜିଦ ରୁ ଓହରି ଥିଲେ ଅଭିଭାବକ ଓ ଗ୍ରାମବାସୀ,ଅଭିଭାବକ ଓ ଗ୍ରାମବାସୀ ଙ୍କ ଦାବି କୁ ନେଇ ତୁରନ୍ତ ସମାଧାନ କରାଯିବ ବୋଲି, ଦାୟିତ୍ୱ ରେ ଥିବା ବ୍ଲକ ସହ ଶିକ୍ଷା ଅଧିକାରୀ ସଞ୍ଜୟ ମଲ୍ଲିକ ସୂଚନା ଦେଇ ଛନ୍ତି