ଜନଶକ୍ତି ଉଚ୍ଚବିଦ୍ୟାଳୟରେ ବନମହୋତ୍ସବ ପାଳିତ

*,୧୧/୭/୨୪* ୭୫ ତମ ବନମହୋଜନଶକ୍ତି ଉଚ୍ଚବିଦ୍ୟାଳୟରେ ବନମହୋତ୍ସବ ପାଳିତତ୍ସବ ପାଳନ ଅବସରରେ ଆଜି ଓଡଗାଁ ବ୍ଲକରମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଜନଶକ୍ତି ସରକାରୀ ଉଚ୍ଚବିଦ୍ୟାଳୟ ଭାଲିଆଡିହି ଦେଓଗାଁ ଠାରେ ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକ,ମୁଖ୍ୟ ବକ୍ତା ରୂପେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ରୂପେ ପ୍ରକୃତିପ୍ରେମୀ ଅବସରପ୍ରାପ୍ତ ଶିକ୍ଷକ ଦ୍ୱିତୀକୃଷ୍ଣ ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଆନନ୍ଦ ଡାକୁଆ ମଞ୍ଚାସୀନ ଥିଲେ।ଗଛ ଲଗେଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାକୁ ବଞ୍ଚେଇରଖିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ପ୍ଲାଷ୍ଟିକ ଜିନିଷ ର ବ୍ୟବହାର କମେଇବା,ଜରୁରୀ ଆବଶ୍ୟକ ନଥିଲେ ଏସି ନ ଚଲେଇବା ମୋଟରସାଇକେଲର ବ୍ୟବହାର ନ କରିବା ଜଳର ଅପବ୍ୟବହାର ନକରିବା ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟରେ ଲାଗିଥିବା ଗଛର ଯତ୍ନ ନେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ ଓ ପ୍ଲାକ କାର୍ଡ ମାଧ୍ୟମରେ ବୃକ୍ଷରୋପଣ କରିବା ଓ ତା’ର ଯତ୍ନ ନେବାପାଇଁ ଗ୍ରାମ ପରିକ୍ରମା କରି ସଚେତନ କରାଯାଇଥିଲା।ସମସ୍ତ ଅତିଥି, ଶିକ୍ଷକ,ଶିକ୍ଷୟିତ୍ରୀ,କମିଟିର ସଭ୍ୟ ସଭ୍ୟା ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପ୍ରାଙ୍ଗଣରେ ,ବଉଳ,ଆମ୍ବ,ପଣସ,ବର,ଅଶ୍ୱତ୍ଥ ,ଅମୃତଭଣ୍ଡା,ସଜନା ଓ ଡାଳିମ୍ବ ଇତ୍ୟାଦି ଗଛ ଲଗାଯାଇଥିଲା।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ଇକୋକ୍ଳବର ଶିକ୍ଷକ ପ୍ରଦୋଷ କୁମାର ରାଉତ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

You might also like