Skip to content

ଜାତୀୟ ଖେଳ ଦିବସ, ଜିଲ୍ଲପାଳ କଲେ ଶୁଭାରମ୍ଭ,, ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ର ସମୀକ୍ଷା

ଜାତୀୟ ଖେଳ ଦିବସ ଉପଲକ୍ଷେ ଆଜି ସକାଳ 9ଘଟିକା ସମୟ ରେ ନୟାଗଡ଼ ପ୍ରଶାସନ ପକ୍ଷରୁ ଉକ୍ତ ଦିବସ କୁ ପାଳନ କରାଯାଇଛି,ଅଗଷ୍ଟ 26ତାରିଖ ରୁ 31ତାରିଖ ପର୍ଯ୍ୟନ୍ତ ସାରାଦେଶ ରେ ପାଳନ ହେଉଛି,ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ଙ୍କୁ ଜନ୍ମ ଦିବସ ରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,ନୟାଗଡ଼ ଷ୍ଟାଡିଅମ ଠାରେ ଏକ ଶୋଭାଯାତ୍ରା ବାହାରି ନୟାଗଡ଼ କଲେଜ ରୋଡ଼ ନାରାୟଣୀ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା,

ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ, ଏହି ଅବସର ରେ ଷ୍ଟାଡିଅମ ଠାରେ ଫୁଟବଲ ମ୍ୟାଚ ର ଆୟୋଜନ କରାଯାଇଥିଲା, ଏଥି ସହିତ ଧ୍ୟାନଚାନ୍ଦ ଙ୍କର ଫଟୋ ରେ ପୁଷ୍ପ ମାଲ୍ୟଅର୍ପଣ କରାଯାଇ ତାଙ୍କ ସ୍ମୁତି ଚାରଣ କରାଯାଇଥିଲା, ଏଥି ସହ ଜିଲାପାଳ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ପରିଦର୍ଶନ କରିଥିଲେ, ଅଧିକାରୀ ମାନଙ୍କ ସହ ବିଭିର୍ନ ଵିଭାଗ ର କାର୍ଯ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ,

ଏଠାରେ କାର୍ଯ୍ୟରତ ବିଭିର୍ନ ପ୍ରକଳ୍ପ ଓ ପରିଦର୍ଶନ କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କ ରେ ପଚାରି ବୁଝିଥିଲେ, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଖେଳ ଅଧିକାରୀ ସୁଜାତା କୁମାରୀ ସାହୁ, ସୂଚନା ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଇଣ୍ଡୋର ଷ୍ଟାଡିଅମ ଦାୟିତ୍ୱ ରେ ଥିବା ବ୍ୟାଡ଼ମିଣ୍ଟନ କୋଚ କାହ୍ନୁଚରଣ ମିଶ୍ର, ଜିମର ଘନଶ୍ୟାମ ବେହେରା ଏବଂ ୱେଟ ଲିଫଟିଙ୍ଗ ର ରଶ୍ମିତା ମହାରଣା, ପ୍ରମୁଖ ଉପସ୍ଥିତ ରହି ଜିଲାପାଳଙ୍କୁ ବିଭିର୍ନ କାର୍ଯ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ

Ad 1