ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ନିଶାଦ୍ରବ୍ୟ, ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧ ରେ ସଚେତନତା ସହ ଗଣ ଦୌଡକାର୍ଯ୍ୟକ୍ରମ ଅନୁଷ୍ଠିତ

ସୁଚନା ଅନୁଯାୟୀ ଆଜି 8ଘଟିକା ସମୟ ରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ରୁ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧ ରେ ସଚେତନତା ସହ ଗଣ ଦୌଡପୌର ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି, ଅବକାରୀ ବିଭାଗ, ପୌରପରିଷଦ,ଏବଂ କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଏହି ସଚେତନତା ଅଭିଯାନହୋଇଥିବା ବେଳେ ଏହି ଅଭିଯାନ,ମେ 31ତାରିଖ ରୁ ଜୁନ 26ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ସଚେତନତା ଅଭିଯାନ ସହ ଗଣ ଦୌଡ଼ ବାହାରି ସହର ପରୀକ୍ରମା କରି ଜନ ସାଧାରଣ ଙ୍କୁ ସଚେତନତା କରିବା ସହିତ ଗଣ ଦୌଡ଼ ପୌରପରିଷଦ କାର୍ଯ୍ୟାଳୟ ନିକଟ ରେ ପହଂଚି ଥିବା ସୂଚନା ମିଳିଛି

You might also like