ଜିଲାପାଳଙ୍କ ଜନଶୁଣାଣି ଶିବିର, ତୁରନ୍ତ 13ଗୋଟି ସମସ୍ୟା ର ସମାଧାନ,
ନୟାଗଡ଼ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ଜିଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି, ଜିଲ୍ଲାପାଳ ସ୍ୱଧାଦେବ ସିଂ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିର ରେ ମୋଟ 150ଗୋଟି ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଥିଲା, ସେଥି ମଧ୍ୟରୁ 139ଗୋଟି ବ୍ୟକ୍ତି ଗତ ମାମଲା ରହିଥିବା ବେଳେ 9ଗୋଟି ଗ୍ରାମ୍ୟ ସମସ୍ୟା ରହିଥିଲା,ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ 2ଜଣକୁ ସାହାଯ୍ୟ କରାଯାଇଥିବା ବେଳେ ତୁରନ୍ତ 13ଗୋଟି ସମସ୍ୟା ର ସମାଧାନ କରାଯାଇଥିଲା,
ଏହି ଜନ ଶୁଣାଣି ଶିବିର ରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲା ପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ତହସିଲଦାର ରାଜେଶ କେଶରୀ ସ୍ୱାଇଁ,ବିଡ଼ିଓ ପଦ୍ମ ଚରଣ ସାହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ,