ଜିଲ୍ଲାକୋର୍ଟ, ନୟାଗଡ଼ ପରିସର ରେ ସମ୍ବିଧାନ ଦିବସ ପାଳିତ,
ଭାରତୀୟ ଉପ ମହାଦେଶ ର ଜାତୀୟତା, ଦେଶ ପ୍ରେମ, ଅଖଣ୍ଡତା ପାଇଁ ସମ୍ବିଧାନ ଏବଂ ସମ୍ବିଧାନ ର ମୌଳିକ ଉପାଦାନ ନିହାତି ଜାଣିବା ଆବଶ୍ୟକ, 26ନଭେମ୍ବର 1949ମସିହା ରେ ସମ୍ବିଧାନ ସମ୍ପୂର୍ଣ ହୋଇଥିବା ବେଳେ 26ଜାନୁଆରୀ 1950ମସିହା ରୁ ସମ୍ବିଧାନ କାର୍ଯ୍ୟକ୍ଷମ ହେଲା, ସମ୍ବିଧାନ ର ମହନୀୟତା କୁ ଜାଣିବା ଉଦେଶ୍ୟ ରେ 26ନଭେମ୍ବର କୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇଆସୁଛି, ଜିଲ୍ଲା, ଦୌରାଜଜ ତଥା ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦନାରାୟଣମହାରଣା ଙ୍କନିର୍ଦେଶ କ୍ରମେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଙ୍କ ତତ୍ୱାବଧାନ ରେ ସମସ୍ତ ବିଚାରପତି ଓ କର୍ମଚାରୀ ମାନଂକୁ ନେଇ ସମ୍ବିଧାନ ର ମୁଖବନ୍ଧ ପଠନ କରାଯାଇଥିଲା, ଜିଲ୍ଲା କୋଟ ପରିସର ତୃତୀୟ ମହଲା କନଫରେନ୍ସ ହଲ ରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏଥିରେ ଜାତୀୟ ଆଇନ ସେବା ପ୍ରାଧିକରଣ ସଂଗୀତ “ଏକ ମୁଠି ଅlସ୍ମାନ,ଗାନ ସହିତ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ସମ୍ବିଧାନ ଏକ ଏବଂ ମୌଳିକ କର୍ତ୍ତବ୍ୟ ଉପରେ ଆଲୋଚନା ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ପରିବାର ଅଦାଲତ ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀମତୀ ଲିଜା ରାୟ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ସ୍ୱୟଂପ୍ରଭା ଆଚାର୍ଯ୍ୟ,, ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ,, ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ରବି ନାରାୟଣ ବେହେରା, ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା,

ରେଜିଷ୍ଟର ଡ଼. ନିଶାକର ସାହୁ, ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ, ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସନାତନ କାଲୋ, ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ, ବରିଷ୍ଠ ଆଇନଜୀବୀ, ଶ୍ରୀ ଦଣ୍ଡପାଣି ସ୍ୱାଇଁ, ଶ୍ରୀ ମଳୟଗୋପୀନାଥ ରଥ, ଶ୍ରୀ ଚତୃଭୁଜ ପ୍ରଧାନ, ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଶ୍ରୀ ମଦନ ମୋହନ ପଣ୍ଡା, ଶ୍ରୀ ସୁନୀଲ କୁମାର ମହାପାତ୍ର, ଶ୍ରୀକାର୍ତିକ ନାୟକ,, ମହମଦ ଓମର ମଲ୍ଲିକ, ମତ ପ୍ରଦାନ କରିଥିଲେ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ର ଛାତ୍ରୀ ମାନେଏକ ଦେଶାତ୍ମବୋଧକ ସଂଗୀତ ଗାନ କରିବା ସହିତ, ସମସ୍ତ ନ୍ୟାୟ ଅଧିକାର ମିତ୍ର,, ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ, ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଓ ପ୍ୟାନେଲ ଆଡ଼ଭୋକେଟ ମାନଂକୁଅତିଥି ମାନଙ୍କ ଦ୍ୱାରା ସଂମ୍ମାନିତ କରା ଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବାର ର ସମସ୍ତ ଆଇନଜୀବୀ, ସାମ୍ବାଦିକ, ନ୍ୟାୟ ଅଧିକାର ମିତ୍ର, ଏବଂ ପ୍ରାଧିକରଣ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ, ପରିଶେଷରେ ଶ୍ରୀ ପବନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ