Skip to content

ଜିଲ୍ଲାପାଳଙ୍କ ଜନଶୁଣାଣି ୨୫ ମାମଲା ତତ୍କାଳ ସମାଧାନ

ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସ୍ବଧାଦେବ ସିଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ସହ ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାଶ, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଉପସ୍ଥିତ ରହିଥିଲେ । ମୋଟ ୧୩୨ଟି ଅଭିଯୋଗ ମଧ୍ୟରୁ ୮ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ରେଡ଼କ୍ରସରୁ ସହାୟତା ପ୍ରଦାନ କରଯାଇଛି ।

୧୧୪ ଟି ଅଭିଯୋଗକୁ ପ୍ରଶାସନ ପକ୍ଷରୁ ବ୍ୟକ୍ତି ଗତ ଦର୍ଶାଯାଇଥିବା ବେଳେ ୯ଟି ଗ୍ରାମ ସମସ୍ୟା ସମ୍ପର୍କରେ ଅଭିଯୋଗ ରହିଥିବା ସୂଚନା ମିଳିଛି । ମୋଟ ଉପରେ ୧୩୨ଅଭିଯୋଗରୁ ମାତ୍ର ୨୫ଟି ତତ୍କାଳ ସମାଧାନ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆଜି ହାତଗଣତି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଦେଖିବାକୁ ମିଳିଛି । ବିଭିନ୍ନ ବିଭାଗ ଅଧିକାରୀ ଅନୁପସ୍ଥିତ ରହି, ତାଙ୍କ ତଳିଆ କର୍ମଚାରୀଙ୍କୁ ଜନଶୁଣାଣି ଶିବିରକୁ ପଠାଇଥିବା ଦେଖାଯାଇଛି ।

Ad 1