ନୟାଗଡ଼ ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜନଶୁଣାଣି ଶିବିରରେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଉପସ୍ଥିତ ରହିଥିଲେ । ଏଥି ସହିତ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଡିଏଫଓ କ୍ଷମା ଷଡ଼ଙ୍ଗୀ, ସ୍ଥାନୀୟ ତହସିଲଦାର ରାଜେଶ କେଶରୀ ସ୍ଵାଇଁ ଓ ନୟାଗଡ଼ ବିଡ଼ିଓ ପଦ୍ମଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆଜି ମୋଟ ୨୮୨ ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୩୬ଟି ବ୍ୟକ୍ତିଗତ ମାମଲା ରହିଥିବା ବେଳେ ୬ ଗୋଟି ଗ୍ରାମ୍ୟ ବିବାଦ ରହିଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୩୭ ଜଣଙ୍କୁ ସହଯୋଗ କରାଯାଇଥିବା ବେଳେ ରେଡ଼କ୍ରସର ୩ ଜଣଙ୍କୁ ସାହାଯ୍ୟ କରାଯାଇଥିଲା ।

ଏହି ଜନଶୁଣାଣି ଶିବିରରେ ୧୪୮ ଗୋଟି ମାମଲାର ତୁରନ୍ତ ସମାଧାନ କରାଯାଇଥିଲା । ଆଜି ର ଏହି ଜନ ଶୁଣାଣି ଶିବିରରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ନୟାଗଡ଼ ରୁ ଜିତୁ ନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।