ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅଭିଯୋଗ ଅନୁଷ୍ଠିତ
ନୟାଗଡ ସଦର ମହକୁମାରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଆଜି ସଦଭାବନା ଗୃହରେ ୧୬୨ ଗୋଟି ଅଭିଯୋଗ ପହଞ୍ଚିଥିଲା ।ସେଥି ମଧ୍ୟରୁ ୧୨୩ଗୋଟି ବ୍ୟକ୍ତିଗତ ମାମଲା ରହିଥିବା ବେଳେ ୪ଗୋଟି ଗ୍ରାମ୍ୟ ବିବାଦ ରହିଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୩୫ଗୋଟି ମାମଲା ରହିଥିବାବେଳେ ତୁରନ୍ତ ୧୭ଗୋଟି ମାମଲାର ସମାଧାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ତହସିଲଦାର ରାଜେଶ କେଶରୀ ସ୍ଵାଇଁ, ବିଡ଼ିଓ ପଦ୍ମ ଚରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।