ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର, ୨୬ ମାମଲା ତୁରନ୍ତ ସମାଧାନ

ନୟାଗଡ଼ ସଦର ମହକୁମାରେ ଆଜି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ,ନୟାଗଡ଼ ବ୍ଲକ ବିଡ଼ିଓ ପଦ୍ମ ଲୋଚନ ସାହୁ ଓ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଜି ମୋଟ ୧୯୬ ଗୋଟି ଅଭିଯୋଗ ଆସିଥିଲା ।

ସେଥି ମଧ୍ୟରୁ ୧୭୯ଟି ବ୍ୟକ୍ତିଗତ ମାମଲା ରହିଥିବା ବେଳେ ଗ୍ରାମ୍ୟ ସମସ୍ୟା ୭ଗୋଟି ରହିଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୦ ଗୋଟି ମାମଲା ରହିଥିଲା । ତୁରନ୍ତ ୨୬ ଗୋଟି ମାମଲାର ସମାଧାନ କରାଯାଇଥିଲା ।

You might also like