Skip to content

ଜିଲ୍ଲାପାଳ, ଓ ଏସପି ଙ୍କ ସୂଚନା,8ଟି ହଲ ରେ ହେବ ଇଭିଏମ ଗଣତି, ପ୍ରତି ହଲ ରେ 14ଟେବୁଲ ବ୍ୟବସ୍ଥା,

ନୟାଗଡ଼ ଜିଲ୍ଲା ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ଭୋଟ ଗଣତି ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କ ରେ ଜିଲ୍ଲା ପାଳ ସ୍ୱଧାଦେବ ସିଂ ଓ ଏସପି ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ ଛନ୍ତି,ନୟାଗଡ଼ ଜିଲ୍ଲା ର 4ଟି ନିର୍ବାଚନ ମଣ୍ଡଳୀ, ପୁରି, କଟକ, କନ୍ଧମାଳ ସାସଂଦ ପ୍ରାଥୀ ଙ୍କ ପାଇଁ ଭୋଟ ଗଣତି କରିବା ପାଇଁ ବ୍ୟବସ୍ଥା ହୋଇଛି,ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଷ୍ଟ୍ରଙ୍ଗ ରୁମ ରହିଥିବାରୁ ସେଠାରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି, ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହୋଇଥିବା ଭୋଟ ଗ୍ରହଣ ର ଗଣତି ପାଇଁ 2ଟି ହଲ ପ୍ରସ୍ତୁତ କରାଯାଇଛି, ପ୍ରତି ହଲ ରେ 14ଟି ଟେବୁଲ ବ୍ୟବସ୍ଥା ହୋଇଛି, ଗୋଟିଏ ହଲ ରେ ବିଧାୟକ, ଏବଂ ଆଉ ଗୋଟିଏ ହଲ ରେ ସାଂସଦ ପ୍ରାଥୀଙ୍କ ଭୋଟ ଗଣତି ହେବ, ଇଭିଏମ ଦ୍ୱାରା ଗ୍ରହଣ କରାଯାଇଥିବା ଭୋଟ ଏହି ହଲ ରେ ଗଣତି ହେବ,

ବୋଲି ଜିଲ୍ଲା ପାଳ ସୂଚନା ଦେଇଛନ୍ତି, ସେଇ ଭଳି ଭାବେ ଦଶପଲ୍ଲା, ଖଣ୍ଡପଡ଼ା, ଓ ରଣପୁର ପାଇଁ 2ଟି ଲେଖାଏଁ ହଲ ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ପାଳ କହିଛନ୍ତି,ସାଂସଦ ପ୍ରାଥୀ ଙ୍କ ପାଇଁ ଆସିଥିବାପୋଷ୍ଟାଲ ବାଲାଟ ଗୁଡିକ ସମ୍ପୃକ୍ତସଂସଦୀୟ କ୍ଷେତ୍ର ମୁଖ୍ୟ ଗଣତି ସ୍ଥାନକୁ ପଠାଯିବାକୁ ବ୍ୟବସ୍ଥା ହୋଇଥିବା ଜିଲାପାଳ କହିଛନ୍ତି, ବିଧାୟକ ପ୍ରାଥୀଙ୍କ ପାଇଁ ଆସିଥିବା ପୋଷ୍ଟାଲ ବାଲାଟ ଗଣତି କରିବାକୁ 4ହଲ ରେ 4ଟି ଟେବୁଲ ବ୍ୟବସ୍ଥା କରାଯାଇଛି, ଭୋଟ ଗଣତି କେନ୍ଦ୍ର କୁ ପରିଚୟ ପତ୍ର ପାଇଥିବା ଗଣମାଧ୍ୟମ ପ୍ରତିନିଧି, ସୁରକ୍ଷା କର୍ମଚାରୀ, ଗଣତି ପାଇଁ ଚୟନ ହୋଇଥିବା ସରକାରୀ କର୍ମଚାରୀ, ଓ ଏଜେଣ୍ଟ ପ୍ରବେଶ କରି ପାରିବେ ବୋଲି ସୂଚନା ମିଳିଛି,

ଗଣ ମାଧ୍ୟମ ପ୍ରତିନିଧି ଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଟ କରାଯାଇଥିବା ବେଳେ ଗଣତି ହଲ ପରିସରକୁ ମୋବାଇଲ ନିଷିଦ୍ଧ କରାଯାଇଛି, କୌଣସି ବ୍ୟକ୍ତି ହଲ ମଧ୍ୟକୁ ମୋବାଇଲ ନେଇ ପାରିବେ ନାହିଁ ବୋଲି ଜିଲ୍ଲା ପାଳ ସ୍ପଷ୍ଟ କରିଛନ୍ତି

Ad 1